ବ୍ରିଟେନରେ ମହିଳାଙ୍କୁ ବଳାତ୍କାର କରି ଭାରତ ଚାଲିଆସିଥିଲେ ଯୁବକ: ମିଳିଲା ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

ଲଣ୍ଡନ, ୫।୬: ବ୍ରିଟେନରେ ଜଣେ ମହିଳାଙ୍କୁ ବଳାତ୍କାର କରି ଭାରତ ପଳାଇଆସିଥିବା ଜଣେ ବ୍ୟକ୍ତିଙ୍କୁ ୭ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅଜୟ ରାଣା(୩୫) ନାମକ ଜଣେ ଯୁବକ ୨୦୧୭, ଡିସେମ୍ବର ୯ରେ ଇଂଲଣ୍ଡର ଲୋବସ୍ଫୋଟ ସହରରେ ଲିଫ୍ଟ ଦେବାକୁ କହି ନିଜ କାରରେ ଜଣେ ମହିଳାଙ୍କୁ ବଳାତ୍କାର କରିଥିଲେ। ଏନେଇ ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ୨୦୧୭ ଡିସେମ୍ବର ୧୧ରେ ନିଜ ମା’ଙ୍କ ଶରୀର ଅସୁସ୍ଥ କହି ଭାରତ ପଳାଇଆସିଥିଲେ ଅଜୟ। ଘଟଣାର ଦେଢବର୍ଷ ପରେ ଯୁବକଙ୍କ ୭ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ।

Share