Categories: ଖେଳ

ବ୍ରିଟିଶ ବିମାନ ସେବାକୁ ଡୁ’ପ୍ଲେସିଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୧।୯(ପିଟି): ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଫାଫ ଡୁ’ପ୍ଲେସି ନିଜ କ୍ୟାରିୟରର ସବୁଠୁ ଖରାପ ବିମାନ ସେବା ଅନୁଭବ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଡୁ’ପ୍ଲେସି ଶନିବାର ଭାରତରେ ପହଞ୍ଚତ୍ଥାନ୍ତେ। ହେଲେ ବ୍ରିଟିଶ ଏୟାରଓ୍ବେଜ ଉଡ଼ାଣ ୪ ଘଣ୍ଟା ବିଳମ୍ବ କରିଥିଲା। ଏଥିନେଇ ତାଙ୍କୁ ଭାରତ ପାଇଁ ଫ୍ଲାଇଟ୍‌ ହାତଛଡ଼ା କରିବାକୁ ପଡ଼ିଛି। ଶେଷରେ ୪ ଘଣ୍ଟା ପରେ ମୋତେ ଦୁବାଇକୁ ଏକ ବିମାନ ମିଳିଛି। ବିଳମ୍ବ ଯୋଗୁ ମୋତେ ଭାରତ ଫ୍ଲାଇଟ ହରାଇବାକୁ ପଡ଼ିଛି। ପରବର୍ତ୍ତୀ ଫ୍ଲାଇଟ ୧୦ ଘଣ୍ଟା ପରେ ଅଛି ବୋଲି ଡୁ’ପ୍ଲେସି ଶୁକ୍ରବାର ମଧ୍ୟରାତ୍ରିରେ ଟୁଇଟ୍‌ କରିଛନ୍ତି। ଏହାପରେ ଆଉ ଏକ ଟୁଇଟ୍‌ରେ ଏହା ମୋ କ୍ୟାରିୟରର ସବୁଠୁ ଖରାପ ଉଡ଼ଣା ଅନୁଭୂତି ଥିଲା ବୋଲି ଲେଖିଛନ୍ତି। ଦଳର ସବୁଠୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ ତଥା ନିୟମିତ ଅଧିନାୟକଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ଟି୨୦ ଦଳର ନେତୃତ୍ୱ ନେଉଛନ୍ତି କୁଇଣ୍ଟନ ଡି’କକ୍‌। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଅକ୍ଟୋବର ୨ ତାରିଖରୁ ବିଶାଖାପାଟଣାଠାରୁ ଆରମ୍ଭ ହେବ।

Share