ବ୍ରିଟିଶ୍‌ ହେରାଲ୍ଡ ରିଡର୍ସ ପୋଲ୍‌:ମୋଦି ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି

ଲଣ୍ଡନ, ୨୨ା୬: ବ୍ରିଟେନର ଅଗ୍ରଣୀ ପତ୍ରିକା ବ୍ରିଟିଶ୍‌ ହେରାଲ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୯ରେ ବିଶ୍ୱର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ବୋଲି ଘୋଷଣା କରିଛି। ରିଡର୍ସ ପୋଲ୍‌ରେ ସେ ଅନେକ ବିଶ୍ୱ ନେତା ଓ ରାଜନେତାଙ୍କୁ ପରାସ୍ତ କରି ବିଜୟୀ ହୋଇଥିବା ପତ୍ରିକା ପକ୍ଷରୁ କୁହାଯାଇଛି। ମୋଦିଙ୍କୁ ୩୦.୯ ପ୍ରତିଶତ ଭୋଟ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୨୯.୯%, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ୨୧.୯% ଏବଂ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ୧୮.୧ % ଭୋଟ ମିଳିଛି। ପୋଲ୍‌ରେ ୨୫ରୁ ଊର୍ଦ୍ଧ୍ୱ ବିଶ୍ୱନେତାଙ୍କୁ ନିଆଯାଇଥିଲା ବେଳେ ଚୂଡାନ୍ତ ପର୍ଯ୍ୟାୟରେ ୪ ଜଣ ରହିଥିଲେ।

Share