ବ୍ରାହ୍ମଣୀରେ ଡଙ୍ଗାବୁଡ଼ି: ୪ ନିଖୋଜ, ୫ ଉଦ୍ଧାର

ପରଜଙ୍ଗ, ୮।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ ବ୍ରାହ୍ମଣୀ ନଦୀରେ ଶନିବାର ରାତି ପ୍ରାୟ ୮ଟାରେ ଡଙ୍ଗାବୁଡ଼ି ୪ଜଣ ନିଖୋଜ ହୋଇଯାଇଛନ୍ତି। ନାଉରିଆ, ତାଙ୍କ ପୁଅ ଏବଂ ଭୂଷଣରେ କାର୍ଯ୍ୟ କରୁଥିବା ଅନ୍ୟ ୩ଜଣଙ୍କୁ ମିଶାଇ ମୋଟ ୫ଜଣ ପହଁରି କୂଳକୁ ଫେରିଛନ୍ତି। ନିଖୋଜ ୪ଜଣ ଭୂଷଣ କର୍ମଚାରୀ ବୋଲି ଜଣାପଡ଼ିଛି। ସୂଚନା ପାଇ ଅଗ୍ନିଶମ ବିଭାଗ, ବନ ବିଭାଗ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ପ୍ରତ୍ୟକ୍ଷଦର୍ଶୀ ତଥା ଦୁର୍ଘଟଣା ପରେ ପ୍ରଥମେ କୂଳରେ ପହଞ୍ଚତ୍ଥିବା ଗଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ପ୍ରତାପଙ୍କ କହିବା କଥା, ଓଡ଼ାପଡ଼ା ବ୍ଲକ ଖଡଗ୍‌ପ୍ରସାଦସ୍ଥିତ ଭୂଷଣ କମ୍ପାନୀରେ କାର୍ଯ୍ୟରତ ୭ଜଣ କର୍ମଚାରୀ ବ୍ରାହ୍ମଣୀ ନଦୀର ଖଡଗପ୍ରସାଦ ଘାଟରୁ କୁନ୍ଦନଦେଈପୁର ଘାଟକୁ ଏକ ହୁଲି ଡଙ୍ଗାରେ ଆସୁଥିଲେ। ନଦୀମଝିରେ ଟଣାଯାଇଥିବା ଏକ କେବୁଲ ଲାଇନ୍‌ରେ ଡଙ୍ଗା ଛନ୍ଦି ହୋଇଯାଇଥିଲା। ଯାତ୍ରୀମାନେ ହଡ଼ବଡ଼େଇ ଯାଇ କେବୁଲକୁ ଧରି ପକାଇଥିଲେ। ଫଳରେ ପ୍ରବଳ ସ୍ରୋତରେ ଡଙ୍ଗାଟି ଓଲଟି ତଳମୁଣ୍ଡକୁ ଭାସିଯାଇଥିଲା।
ପ୍ରଥମେ ପ୍ରତାପ କୁନ୍ଦନଦେଈପୁର ଘାଟ ତଳକୁ ଥିବା ରୋଡ୍‌ ଘାଟରେ ପହଁରି ଲାଗିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ରୋଡ୍‌ ଗ୍ରାମର ରାଜକିଶୋର ନାୟକଙ୍କ ପୁଅ ଅଜୟ, କନ୍ଦର୍ପ ସାହୁଙ୍କ ପୁଅ ରାଜେନ୍ଦ୍ର, ଖଡଗପ୍ରସାଦର ଡଙ୍ଗା ଚାଳକ ଘନିଆ ଏବଂ ତାଙ୍କ ପୁଅ ଜଟି ଆସି ଘାଟରେ ପହଞ୍ଚତ୍ଥିଲେ। ଅନ୍ୟପକ୍ଷରେ କୁନ୍ଦନଦେଈପୁର ଗ୍ରାମର ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ୱଜିତ୍‌, ରୋଡ୍‌ ଗ୍ରାମର ବିନୋଦ ସାହୁଙ୍କ ପୁଅ ରମେଶ, ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ଏବଂ ରାଜକିଶୋର ନାୟକଙ୍କ ବଡ଼ପୁଅ ବିଜୟଙ୍କ ପତ୍ତା ମିଳୁନାହିଁ।
ଏହି ଘଟଣା ଜଣାପଡ଼ିବା ପରେ ତହସିଲଦାର ଜୟନ୍ତ କୁମାର ଜୟସିଂ, ରେଞ୍ଜର ହରମୋହନ ନାୟକ, ଅଗ୍ନିଶମ କର୍ମଚାରୀ, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚତ୍ ଗ୍ରାମବାସୀଙ୍କ ସହାୟତାରେ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ତେବେ ନଦୀ ଅବବାହିକାରେ ହାତୀପଲ ବିଚରଣ କରୁଥିବା ଏବଂ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଚଳିତବର୍ଷ ଓଡ଼ାପଡ଼ା ବ୍ଲକର ପ୍ରସିଦ୍ଧ ନାଧରା ଯାତ୍ରା ବେଳେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଚଳାଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ତଥାପି ବେଆଇନ ଭାବେ ଉକ୍ତ ହୁଲି ଡଙ୍ଗା ଚଳାଚଳ କରୁଥିବାରୁ ଏହି ଦୁର୍ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri