Categories: ଖେଳ

ବ୍ରାଭୋ, ଧୋନୀଙ୍କ ମଧ୍ୟରେ ୧୦୦ ମିଟର ରେସ୍‌: ଜାଣନ୍ତୁ ବିଜେତାଙ୍କ ନାମ

ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ଡ୍ବେନ୍‌ ବ୍ରାଭୋ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। କ୍ରିକେଟ୍‌ ବ୍ୟତୀତ ସଙ୍ଗୀତରେ ମଧ୍ୟ ରୁଚି ରଖନ୍ତି ବ୍ରାଭୋ। ଲକ୍‌ଡାଉନ୍‌ ଯୋଗୁ ଚଳିତବର୍ଷ ଆଇପିଏଲ ହେବ କି ନାହିଁ ତାହା ନିଷ୍ପତି ନିଆଯାଇନାହିଁ। ଚେନ୍ନାଇସୁପର କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବ୍ରାଭୋଙ୍କୁ ନିକଟରେ ଏକ ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା ଯଦି ଧୋନୀ ଏବଂ ଆପଣଙ୍କ ମଧ୍ୟରେ ୧୦୦ ମିଟର ରେସ୍‌ ହୁଏ ତେବେ କିଏ ଜିତିବ। ଏହାର ଜବାବରେ ବ୍ରାଭୋ କହିଥିଲେ, ଧୋନୀ ହିଁ ଜିତିବେ। ଧୋନୀ ରନ୍‌ ଚୋରାଇବାରେ ମାହିର୍‌ ବୋଲି ସେ କହିଛନ୍ତି। ଟି-୨୦ରେ ପ୍ରଥମ ଶତକ ଭାରତୀୟ କ୍ରିକେଟର ରୋହିତ ଶର୍ମା ହିଁ ଲଗାଇବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

Share