ବ୍ରାଜିଲ ରାଷ୍ଟ୍ରପତି ହେବେ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ବ୍ରାସିଲିଆ, ୧୫-୧୧(ପି.ଟି.): ୨୦୨୦ ସାଧାରଣତନ୍ତ୍ର ଦିବସରେ ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ସେ ଗ୍ରହଣ କରିଥିବା ଜଣାପଡ଼ିଛି। ୧୧ତମ ବ୍ରିକ୍ସ ସମିଟ୍‌ ଅବସରରେ ମୋଦି ବୋଲ୍‌ସୋନାରୋଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆତଙ୍କବାଦ ଦମନରେ ସହଯୋଗ, ବାଣିଜ୍ୟ, ପୁଞ୍ଜିନିବେଶ ସହ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଦୁଇନେତାଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ଏଥିସହ ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ମଧ୍ୟ ଆଲୋଚନା କରାଯାଇଥିଲା। ଭାରତୀୟଙ୍କ ଲାଗି ଭିଜାମୁକ୍ତ ଗସ୍ତ ଲାଗି ବୋଲ୍‌ସୋନାରୋ ନିଷ୍ପତ୍ତି ନେଇଥିବା ବେଳେ ମୋଦି ଏହାକୁ ସ୍ବାଗତ କରିଛନ୍ତି।

Share