‘ବ୍ରହ୍ମାସ୍ତ୍ର’ ସହ ଯୋଡ଼ି ହେଲେ ଶାହରୁଖ

ବମ୍ବେ: ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ ଦୂରେଇ ଯାଇଥିବା ଶାହରୁଖ ଖାନ୍‌ ପୁଣି ଥରେ ଫେରୁଛନ୍ତି। ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ ବୋଲି କୁହାଯାଉଛି। ଫିଲ୍ମଟି ତିନୋଟି ଭାଗରେ ରିଲିଜ୍‌ ହେବ। ଏଥିରେ ପୂର୍ବରୁ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନ ଅଭିନୟ କରୁଛନ୍ତି। ଏବେ ଏମାନଙ୍କ ସହ ଯୋଡ଼ି ହୋଇଛନ୍ତି ଶାହରୁଖ। ସେ ଏହାର ଶୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି। ଭୂମିକା କ’ଣ ରହିବ, ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଭିଏଫ୍‌ଏକ୍ସ ଆଧାରିତ ରହିବ।

ବ୍ରହ୍ମାସ୍ତ୍ର ଚଳିତବର୍ଷ କ୍ରିସ୍‌ମାସ ଅବସରରେ ପରଦାକୁ ଆସିଥାନ୍ତା। ମାତ୍ର ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ବର୍ଷ ଏହାକୁ ରିଲିଜ୍‌ କରିବାକୁ ନିର୍ମାତାମାନେ ଯୋଜନା କରୁଥିବା ଜଣାପଡ଼ିଛି।

Share