ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଥମୁନି ଅଣଛାତ୍ରଙ୍କ ଗୁଣ୍ଡାରାଜ

ବ୍ରହ୍ମପୁର ଅଫିସ,୨୧ା୯-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଗୁଣ୍ଡାରାଜ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି ା କିଛିଦିନ ତଳେ ଦୁଇ ଛାତ୍ର ନବାଗତ ଛାତ୍ରଙ୍କ ହଷ୍ଟେଲକୁ ଯାଇ ମାରଣାସ୍ତ୍ର ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ସପ୍ତାହ ପରେ ଶୁକ୍ରବାର ପୁଣି କେତେକ ଅଣଛାତ୍ରଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି ା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଆନନ୍ଦ ବଜାରରେ ଅଣଛାତ୍ରମାନେ ପୂର୍ବତନ ଛାତ୍ରନେତା ଦେବାଶିଷ ମିଶ୍ର(ବୁନୁ)ଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ା
ସୂଚନା ପ୍ରକାରେ, ଶୁକ୍ରବାର ପୂର୍ବତନ ଛାତ୍ରନେତା ଦେବାଶିଷ ପିଏଚଡି ନାମଲେଖା ସମ୍ପର୍କରେ ବୁଝିବାକୁ ବିଶ୍ୱବିଦ୍ୟାଳୟକୁ ଆସିଥିଲେ। କ୍ୟାମ୍ପସରେ ଥିବା ଆନନ୍ଦ ବଜାର ନିକଟରେ ତାଙ୍କୁ କେତେକ ଛାତ୍ର ଓ ଅଣଛାତ୍ର ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଦେବାଶିଷଙ୍କ ମୁଣ୍ଡ, ହାତ, ଗୋଡରେ ଗଭୀର ଆଘାତ ଲାଗି ଥିଲା ା ସ୍ଥାନୀୟ କେତେକ ଛାତ୍ର ଓ ସହଯୋଗୀ ଦେବାଶିଷଙ୍କୁ ଏମ୍‌କେସିଜି ମେଡିକାଲକୁ ନେଇଥିଲେ ା ଖବର ପାଇ ଗୋପାଳପୁର ପୋଲିସ ଦୁଇ ଛାତ୍ରଙ୍କୁ ଥାନାରେ ଅଟକ ରଖିିବା ସହ ପୂର୍ବତନ ଛାତ୍ରନେତାଙ୍କ କାରକୁ ମଧ୍ୟ ନିଜ ହେପାଜତକୁ ନେଇଥିବା ଜଣାପଡିଛି ା
ଅନ୍ୟପକ୍ଷରେ ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା ବାରମ୍ବାର କ୍ୟାମ୍ପସରେ ଅଣଛାତ୍ରମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଛାତ୍ରୀଛାତ୍ରଙ୍କୁ ଆକ୍ରମଣ କରୁଛନ୍ତି। ଏହାସତ୍ତ୍ୱେ ଅଣଛାତ୍ରଙ୍କ ଅନୁପ୍ରବେଶ ଉପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି ା
ବିଶ୍ୱବିଦ୍ୟାଳୟର ଗୋଟିଏ ଛାତ୍ରଗୋଷ୍ଠୀ ଅଣଛାତ୍ରଙ୍କ ଅନୁପ୍ରବେଶ ବନ୍ଦ କରିବା ସହ ଥାନାରେ ଅଟକ ରଖିଥିବା ଦୁଇ ଛାତ୍ରଙ୍କୁ ଛଡାଯାଇ ଘଟଣାରେ ସମ୍ପୃକ୍ତ ଥିବା ଅଣଛାତ୍ରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ା ବିପକ୍ଷ ଛାତ୍ରଗୋଷ୍ଠୀ ଅଣଛାତ୍ରଙ୍କ ଅନୁପ୍ରବେଶ ରେକିବା ସହ କ୍ୟାମ୍ପସରେ ବିଶୃଙ୍ଖଳା, ଛାତ୍ରଙ୍କ ଗୁଣ୍ଡାରାଜ ଉପରେ ଅଙ୍କୁଶ ଲଗାଇବା ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ା ଉଭୟ ଗୋଷ୍ଠୀ ବିତ୍ତ ନିୟନ୍ତ୍ରକ କେ.କେ. ଖଟୁଆଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ା ଛାତ୍ରୀଛାତ୍ରଙ୍କ ଅଭିଯୋଗକୁ ବ୍ରହ୍ମପୁର ଏସ୍‌ପି ଓ ସ୍ଥାନୀୟ ଗୋପାଳପୁର ଥାନାକୁ ପଠାଯାଇଥିବା ବିତ୍ତ ନିୟନ୍ତ୍ରକ ଖଟୁଆ କହିଛନ୍ତି ା ଏଥିସହ କିଛିଦିନ ତଳେ ହଷ୍ଟେଲରେ ହୋଇଥିବା ଦୁଇ ସିନିୟର ଛାତ୍ରଙ୍କ ବିଶୃଙ୍ଖଳା ଓ ର଼୍ୟାଗିଂ ଅଭିଯୋଗ ଉପରେ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପ୍ରକାରେ ରାତିରେ ପିସିଆର ଭ୍ୟାନ ନିୟୋଜିତ କରିବାକୁ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଯାଇଥିବା ସେ ସୂଚାଇଛନ୍ତି ା
ତେବେ ଖବର ଲେଖାହେବା ସୁଦ୍ଧା ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଥାନାରେ ପହଞ୍ଚି ନାହିଁ ା ତଥାପି କ୍ୟାମ୍ପସର ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୩ ପ୍ଲାଟୁନ୍‌ ଫୋର୍ସ ମୃତୟନ କରାଯାଇଥିବା ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri