Categories: ଗଞ୍ଜାମ

ବ୍ରହ୍ମପୁର ବଡ଼ ମେଡିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତ ଅଭାବ: ସମସ୍ୟାର ମୁକାବିଲା ପାଇଁ ଅଣ୍ଟାଭିଡିଲା ବିଭିନ୍ନ ସଙ୍ଗଠନ

ବ୍ରହ୍ମପୁର ଅଫିସ,୨୬।୫: ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ ମେଡ଼ିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଉଛି। ଏଣୁ ରକ୍ତ ଅଭାବ ଯୋଗୁ ଗୁରୁତର ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ରକ୍ତ ଦିଆଯାଇପାରୁନି।
ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ରକ୍ତଦାନ ଶିବିର ଆୟୋଜନ ହେଉ ନ ଥିବା ବେଳେ ଏଭଳି ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ରବିବାର ଆୟୋଜନ କରାଯାଉଛି। ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ମାରଓ୍ବାଡି ମହିଳା ସମିତି, ବକ୍ସି ଓଡ଼ିଶା ପକ୍ଷରୁ ରକ୍ତଭଣ୍ଡାର ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଏଡିଆଇଭିର ସଦସ୍ୟାସଦସ୍ୟମାନେ ରକ୍ତଦାନ କରିଥିଲେ।