ବ୍ରହ୍ମପୁରରେ ବନ୍ଦ ରହିଲା ବ୍ୟାଙ୍କ

ବ୍ରହ୍ମପୁର ଅଫିସ୍‌,୨୨ା୧୦- ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରଠୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବ୍ୟାଙ୍କ କର୍ମଚାରୀଙ୍କର ବିଭିନ୍ନ ୟୁନିୟନ୍‌ ଏହି ନିଷ୍ପତ୍ତିକୁ ଦୃଢ଼ବିରୋଧ କରିବା ସହ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ) ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ(ବିଇଏଫ୍‌ଆଇ) ତରଫରୁ ଦିନିକିଆ ଧର୍ମଘଟ ଡାକରା ଦିଆଯାଇଥିଲା। ଦେଶବ୍ୟାପୀ ଅନେକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ରହ୍ମପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଟାଟା ବେଞ୍ଜ ଛକ ସ୍ଥିତ ଆନ୍ଧ୍ରବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ବ୍ୟାଙ୍କ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣକୁ ବିରୋଧ ସହ କର୍ମଚାରୀ ମାରଣନୀତିକୁ ସମାଲୋଚନା କରିଥିଲେ। ଏଥିସହ ବ୍ୟାଙ୍କ ଶିଳ୍ପର ଘରୋଇକରଣ ଏବଂ ଏକତ୍ରୀକରଣ ନୀତି ଏବଂ ଶ୍ରମ ଆଇନରେ ସଂଶୋଧନକୁ ବିରୋଧ କରିଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ଏ.ସୁଧୀର, ଏ.ଗୋବିନ୍ଦ ରାଓ, ଉଜ୍ଜ୍ୱଳେଶ୍ୱର ଦାଶ, ଅଜୟ ବେହେରା, ସନ୍ତୋଷ କୁମାର ସାହୁ, ଅନିଲ୍‌ ଏବଂ ପ୍ରସନ୍ନ ଚୌଧୁରୀ ପ୍ରମୁଖ ଧାରଣାସ୍ଥଳରେ ଉଦ୍‌ବୋଧନ ଦେଇଥିଲେ। ଯଦି ସଂଗଠନଗୁଡ଼ିକ ସହ ଆଲୋଚନା କରି କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି, ତେବେ ଆନ୍ଦୋଳନ ଅଧିକ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ ।
ଦେଶର ଅର୍ଥନୈତିକ ବିକାଶରେ ବ୍ୟାଙ୍କଗୁଡ଼ିକର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିିକା ରହିଛି। ୧୯୫୫ରେ ପ୍ରଥମେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ସରକାରୀ ସ୍ବୀକୃତି ମିଳିଥିଲା।୧୯୬୯ରେ ୧୪ ଏବଂ ୧୯୮୦ରେ ୬ ବ୍ୟାଙ୍କକୁ ଜାତୀୟକରଣ କରାଯାଇଥିଲା। ୧୯୬୯ରେ ସାରା ଦେଶରେ ସରକାରୀ ବ୍ୟାଙ୍କଗୁଡ଼ିକର ଶାଖା ସଂଖ୍ୟା ୮ହଜାର ଥିବା ବେଳେ ତାହା ଏବେ ୯୦ହଜାରରେ ପହଞ୍ଚିଛି । ୫ହଜାର କୋଟି ଟଙ୍କାର ଜମାରାଶିରୁ ଏବେ ୮୫ଲକ୍ଷ କୋଟି ଟଙ୍କା ହୋଇଛି। ସେହିଭଳି ଋଣ ପରିମାଣ ୩୫୦୦ କୋଟିରୁ ୬୦ଲକ୍ଷ କୋଟି ହୋଇଛି। ତଥାପି ଦେଶର ସବୁଆଡ଼େ ବ୍ୟାଙ୍କ ସେବା ପହଞ୍ଚି ପାରିନାହିଁ । ଏଦିଗରେ କାର୍ଯ୍ୟ କରିବା ବଦଳରେ ସରକାର ଏବେ ସରକାରୀ ବ୍ୟାଙ୍କଗୁଡ଼ିକୁ କର୍ପୋରେଟ୍‌ ସଂସ୍ଥା ହାତକୁ ଟେକିଦେବାକୁ ଉଦ୍ୟମ କରୁଛନ୍ତି। ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଫଳରେ ଘରୋଇକରଣ ରାସ୍ତା ସଫା ହୋଇଯିବ। ଆକାଉଣ୍ଟଧାରୀମାନେ ଉଚିତ ସେବା ପାଇବେ ନାହିଁ। ଲକ୍ଷ ଲକ୍ଷ କର୍ମଚାରୀ ଛଟେଇ ହେବେ। ଏଣୁ ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପ୍ରତିବାଦରେ ଗୋଟିଏ ଦିନ ପାଇଁ ଧର୍ମଘଟ ଡାକରା ଦିଆଯାଇଥିବା ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri