ବ୍ରହ୍ମପୁରରେ ଏଆର୍‌ଟିଓ ଅଫିସ ଖୋଲିବା ଦାବି

ବ୍ରହ୍ମପୁର ଅଫିସ,୧୭ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୋଲିସ ଏବେ ଜୋର୍‌ଦାର ଚେକିଂ କରୁଛି। ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ରହ୍ମପୁର ସହରରେ ଏକ ସହକାରୀ ଆଞ୍ଚଳିକ କାର୍ଯ୍ୟାଳୟ(ଏଆର୍‌ଟିଓ) ଖୋଲିବା ପାଇଁ ସୋମବାର ଗଞ୍ଜାମ ଓକିଲ ସଂଘର କେତେ ଜଣ ସଦସ୍ୟ ବ୍ରହ୍ମପୁର ଉପ ଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କୁ ଭେଟି ଦାବି ଜଣାଇଥିଲେ। ବ୍ରହ୍ମପୁର ଜନସଂଖ୍ୟା ପ୍ରାୟ ୬ ଲକ୍ଷ ଟପିଲାଣି। ଏବେ ଗାଡି ଚାଳକମାନେ ନୂଆ ନିୟମ ଓ ଜରିମାନାକୁ ନେଇ ଗୋଟିଏ ପଟେ ଏକ ପ୍ରକାର ଭୟଭୀତ ହୋଇ ଥିବା ବେଳେ ଗାଡି କାଗଜପତ୍ର ଠିକ୍‌ କରିବା ପାଇଁ ଗଞ୍ଜାମ ଜିଲା ଆଞ୍ଚଳିକ ପରିବହନ ସଂସ୍ଥା (ଆର୍‌ଟିଓ)ଙ୍କ ଛତ୍ରପୁର କାର୍ଯ୍ୟାଳୟକୁ ଦୌଡ଼ି ନାନା ହଇରାଣ ହେବାକୁ ପଡୁଛି। ଏପରିକି ଦଲାଲଙ୍କ ଶିକାର ମଧ୍ୟ ହେଉଥିବା ଜାଣିବାକୁ ମିଳୁଛି। ଦୁରଦୂରାନ୍ତରୁ ଆସିଥିବା ଲୋକମାନେ ଆରଟିଓ ଅଫିସ ଆଗରେ ଲମ୍ବା ଧାଡି ବାନ୍ଧି ଦିନ ତମାମ ଛିଡ଼ା ହେଉଛନ୍ତି। ଏଣୁ ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ମହାନଗରରେ ଖୁବଶୀଘ୍ର ଏକ ଏଆରଟିଓ ଅଫିସ ଖୋଲିବା ପାଇଁ ଓକିଲଙ୍କର ଏକ ପ୍ରତିନିଧି ଦଳ ଉପ ଜିଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ। ବ୍ରହ୍ମପୁରରେ ଏଆରଟିଓ ଅଫିସ ଖୋଲାଗଲେ ଡ୍ରାଇଭିଂ ଲାଇସେନ୍ସ, ଯାନବାହନ ଗୁଡିକର ଫିଟନେସ୍‌ ଆଦି ସୁବିଧା ହୋଇପାରିବ ଦର୍ଶାଇ ଓକିଲ ପ୍ରତିନିଧି ଦଳ ଉପଜିଲାପାଳଙ୍କୁ ଅନୁରୋଧ କରିଛନ୍ତି ା ଏ ନେଇ ଗଞ୍ଜାମ ଓକିଲ ସଂଘ ପୂର୍ବତନ ସମ୍ପାଦକ ପୀତବାସ ପଣ୍ଡା ସୂଚନା ଦେଇଛନ୍ତି। ଉପଜିଲାପାଳ ଭାଉସାହେବ ମଧ୍ୟ ସହରରେ ଖୁବଶୀଘ୍ର ଏକ ଏଆର୍‌ଟିଓ କାର୍ଯ୍ୟାଳୟ ଖୋଲାଯିବାକୁ ପ୍ରତିଶ୍ରୁତି ଦେଇଥିବା ଓକିଲ ସଂଘର ପୂର୍ବତନ ସମ୍ପାଦକ ପଣ୍ଡା କହିଛନ୍ତି। ପ୍ରତିନିଧି ଦଳରେ ସଂଘ ପୂର୍ବତନ ସଭାପତି ଶିଶିର ପାଢ଼ୀ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ପୀତବାସ ପଣ୍ଡା ଓ ଅଶୋକ ଶୁକ୍ଳ ପ୍ରମଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri