ବ୍ରହ୍ମଗିରିରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା: ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମଗିରି, ୩୧।୧୦(ଡି.ଏନ୍‌.ଏ.): ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଗାନ୍ଧୀ ସଂକଳ୍ପ ପଦଯାତ୍ରା ଗୁରୁବାର ବ୍ରହ୍ମଗିରିରେ
ଅନୁଷ୍ଟିତ ହୋଇଯାଇଛି। ଏହି ପଦଯାତ୍ରା ବ୍ରହ୍ମଗିରି ବ୍ଲକଛକରୁ ବାହାରି ବ୍ରହ୍ମଗିରି ବସଷ୍ଟାଣ୍ଡରେ ପହଞ୍ଚିଥିଲା। ଏହି ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସମ୍ବିତ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।