Categories: ଜାତୀୟ

ବ୍ରତ ଭାଙ୍ଗିବା ପାଇଁ ପନୀର ବଦଳରେ ଆସିଲା ଚିକେନ

ନାଗପୁର,୬।୭: ପୁଣେର ଅତିରିକ୍ତ ଜିଲା ଉପଭୋକ୍ତା ଫୋରମ ଖାଦ୍ୟ ଡେଲିଭରି କରୁଥିବା କମ୍ପାନୀ ଜୋମାଟୋ ଓ ହୋଟେଲ ଉପରେ ୫୫ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି। ଉକ୍ତ ସହରର ଜଣେ ଓକିଲଙ୍କୁ ନିରାମିଷ ଭୋଜନ ବଦଳରେ ମାଂସାହାରି ଭୋଜନ ଦେଇଥିବା ଅଭିଯୋଗ ହୋଇଛି। ଓକିଲ ଶନମୁଖ ଦେଖମୁଖ ବ୍ରତ ରଖିଥିବାରୁ ସେ ନିରାମିଷ ଭୋଜନ ପନିର ଅର୍ଡର କରିଥିଲେ। ହେଲେ ପାର୍ସଲ ଖୋଲିବା ପରେ ସେଥିରେ ବଟର ଚିକେନ ବାହାରିଥିଲା। ଏନେଇ ଶନମୁଖ ସେମାନଙ୍କ ନଁାରେ ଅଭିଯୋଗ କରିଥିଲେ। ଫୋରମ୍‌ ଏହି ଅଭିଯୋଗର ଶୁଣାଣି କରି ପୁଣେଠାରେ ଥିବା ଜୋମାଟୋ କାର୍ଯ୍ୟାଳୟ ଓ ଗୁରୁଗ୍ରାମରେ ଥିବା ମୁଖ୍ୟ କାର୍ଯ୍ୟାଳୟ ସହ ହୋଟେଲ ପ୍ରୀତ ପଞ୍ଜାବୀ ସ୍ବାଦ ଉପରେ ଜରିମାନା ଲଗାଇଛନ୍ତି। ୪୫ ଦିନ ମଧ୍ୟରେ ସମସ୍ତ ରାଶି ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଥିରେ ବିଳମ୍ବ ହୁଏ ତେବେ ଏହା ଉପରେ ୧୦ ପ୍ରତିଶତ ସୁଧହାର ସହ ଟଙ୍କା ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

Share