ବୋଷ୍ଟନ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ଆର୍ଟ ଚାମ୍ପିୟନ୍‌ଶିପ୍‌ : ସୁଦର୍ଶନଙ୍କୁ ‘ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡ’

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାରେ ଅନୁଷ୍ଠିତ ବୋଷ୍ଟନ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ଆର୍ଟ ଚାମ୍ପିୟନଶିପ୍‌ ୨୦୧୯ରେ ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡ ଜିତି ସମଗ୍ର ଦେଶ ପାଇଁ ଗୌରବ ଆଣିଛନ୍ତି। ସୁଦର୍ଶନ ନିଜ ବାଲୁକା କଳାରେ ପ୍ଲାଷ୍ଟିକ୍‌ ପ୍ରଦୂଷଣର କରାଳ ରୂପକୁ ଦର୍ଶାଇ ଆମେରିକୀୟଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି। ବୋଷ୍ଟନରେ ଅନୁଷ୍ଠିତ ରିଭର ବିଚ୍‌ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ସ୍କ୍ଲପ୍‌ଟିଂ ଫେଷ୍ଟିଭାଲ ୨୦୧୯ରେ ଶ୍ରେଷ୍ଠ ବିବେଚିତ ବିଶ୍ୱର ୧୫ଜଣ ଖ୍ୟାତନାମା ବାଲୁକା ଶିଳ୍ପୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ସୁଦର୍ଶନ ‘ଷ୍ଟପ୍‌ ପ୍ଲାଷ୍ଟିକ୍‌ ପଲ୍ୟୁଶନ୍‌, ସେଭ୍‌ ଆଓ୍ବାର୍‌ ଓସେନ୍‌’ ଥିମ୍‌ ଅର୍ଥାତ୍‌ ଆମ ସମୁଦ୍ରକୁ ପ୍ଲାଷ୍ଟିକ୍‌ ପ୍ରଦୂଷଣରୁ ମୁକ୍ତ କରିବାର ବାର୍ତ୍ତାନେଇ ବାଲୁକାକଳା କରିଥିଲେ। ଏକ କଇଁଛ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଛନ୍ଦି ହୋଇଯାଇଥିବାବେଳେ ଏକ ବିଶାଳ ମାଛ ଶରୀରରେ ପ୍ଲାଷ୍ଟିକ୍‌ ବୋତଲ, ପ୍ଲାଷ୍ଟିକ୍‌ ଚପଲ ଭଳି ଆବର୍ଜନା ରହିଥିବା ଏହି ସ୍ଥାପତ୍ୟରେ ପ୍ରତିଫଳିତ ହୋଇଥିଲା। ସେହିଭଳି ଉକ୍ତ ମାଛକୁ ଖାଇ ମଣିଷ କିଭଳି ବିଭିନ୍ନ ରୋଗର ଶିକାର ହେଉଛି ଏବଂ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବେ ମନୁଷ୍ୟ ହିଁ ପ୍ଲାଷ୍ଟିକ୍‌ ପ୍ରଦୂଷଣର ଶିକାର ହେବାକୁ ଯାଉଛି, ତାହାକୁ ସୁଦର୍ଶନ ନିଜ ବାଲୁକା କଳା ମାଧ୍ୟମରେ ଦେଖାଇଥିଲେ। ଏହି ପ୍ରତିଯୋଗିତାରେ ବହୁସଂଖ୍ୟାରେ ଭାରତୀୟ ଉପସ୍ଥିତ ରହି ତ୍ରିରଙ୍ଗା ଦେଖାଇ ସୁଦର୍ଶନଙ୍କୁ ସମର୍ଥନ କରିଥିଲେ।
ତେବେ ସୁଦର୍ଶନ ପାଇଥିବା ପୁରସ୍କାରକୁ ସେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଯେଉଁମାନେ ଏହି ବାଲୁକା କଳା ସପକ୍ଷରେ ଭୋଟ୍‌ କରି ମୋତେ ଜିତାଇଛନ୍ତି ସେମାନେ ବାସ୍ତବରେ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ବିରୋଧ କରିଛନ୍ତି ବୋଲି ସେ କହିଛନ୍ତି। ଏଥିସହ ସୁଦର୍ଶନ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍‌ସଲ୍‌ ଜେନେରାଲ ସନ୍ଦୀପ ଚୌଧୁରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ନିଜ ବାଲୁକା କଳା ମାଧ୍ୟମରେ ସାମାଜିକ ପରିବର୍ତ୍ତନର ବାର୍ତ୍ତାଦେବାକୁ ସୁଦର୍ଶନ ପଟ୍ଟନାୟକ ସର୍ବଦା ପ୍ରଚେଷ୍ଟା କରିଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri