ବୋଲ୍‌ବମ୍‌ ଧ୍ୱନୀରେ କମ୍ପିଲା ତାରେଶ୍ୱରଦେବ ପୀଠ

ବୋଲଗଡ଼,୨୩ା୭(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତାରେଶ୍ୱରଦେବଙ୍କୁ ଶ୍ରାବଣ ମାସ ପ୍ରଥମ ସୋମବାର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆ ଜଳଲାଗି କରିଛନ୍ତିି। ଏହି ଶିବଭକ୍ତଙ୍କ ବୋଲ୍‌ବମ୍‌ ଧ୍ୱନୀରେ ମନ୍ଦିର ପରିସର ପ୍ରକମ୍ପିତ ହେବା ସହ ସ୍ବତନ୍ତ୍ର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। କାଉଡ଼ିଆମାନେ ମହାନଦୀରୁ ଜଳଭାର ଆଣି ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଭଗବାନ ଶିବଙ୍କ ନାମ ଧ୍ୱନୀ ଦେଇ ଏହି ଶୈବପୀଠରେ ପହଞ୍ଚତ୍ଥିଲେ। ପ୍ରାତଃ ସମୟରେ ଠାକୁରଙ୍କ ନୀତି ସମ୍ପନ୍ନ ହେବା ପରେ ଭକ୍ତମାନେ ଧାଡ଼ିରେ ଆସି ପ୍ରଭୁଙ୍କୁ ଜଳଲାଗି କରିଥିଲେ। ଏହି କାର୍ଯ୍ୟରେ ପୋଲିସ ଓ ସାମାଜିକ କର୍ମୀମାନେ ସହଯୋଗ କରିଥିଲେ। ପ୍ରତିବର୍ଷ ଭଳି କାଉଡ଼ିଆମାନଙ୍କ ପାଇଁ ରବିବାର ରାତ୍ରରେ ମାଗଣାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।