ବୋଲ୍ଡ ଲୁକ୍‌ରେ ନଜର ଆସିଲେ ରାମାନନ୍ଦ ସାଗରଙ୍କ ଅଣନାତୁଣୀ

ବମ୍ବେ: ଚର୍ଚ୍ଚାରେ ରାମାନନ୍ଦ ସାଗରଙ୍କ ଅଣନାତୁଣୀ ସାକ୍ଷୀ ଚୋପ୍ରା। ବମ୍ବେର ରାସ୍ତାରେ ଗୋଲାପୀ ରଙ୍ଗର ହଟ୍‌ ପୋଷାକ ପିନ୍ଧିଥିବା ନଜର ଆସିଥିଲେ ସେ। ଏହାର କିଛି ଫଟୋ ଏବେ ଭାଇରାଲ ହେଉଛି। ସାକ୍ଷୀ ଓ୍ବାନ୍‌ ସୋଲ୍ଡର ଷ୍ଟ୍ରେଟ୍‌ ଟପ୍‌ ସହ ଥାଇ ହାଇ ସ୍ଲିଟ୍‌ ସ୍କର୍ଟ ପିନ୍ଧିଥିବା ନଜର ଆସୁଛନ୍ତି।

କେବଳ ଏବେ ନୁହେଁ ବରଂ ସାକ୍ଷୀ ଅନେକ ଥର ନିଜର ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ନିଜର ଇନ୍‌ଷ୍ଟାଗ୍ରାମରେ ସେ ସେଭଳି ଅନେକ ଫଟୋ ଏବଂ ଭିଡିଓ ଅପ୍‌ଲୋଡ୍‌ କରିଥାନ୍ତି। ଲୋକପ୍ରିୟତା ଦେଖିଲେ ୫ଲକ୍ଷରୁ ଅଧିକ ଫଲୋଅର୍ସ ତାଙ୍କର ରହିଛି। ହେଲେ ଏବେ ଗଣମାଧ୍ୟମର ଫଟୋଗ୍ରାଫରମାନେ ଭାଇରାଲ କରିଛନ୍ତି। କେହି କେହି ତାଙ୍କ ଫଟୋର ପ୍ରଶଂସା କରୁଥିବା ବେଳେ କିଛି ବ୍ୟବହାରକାରୀ ତାଙ୍କୁ କଟାକ୍ଷ କରୁଛନ୍ତି।

କହିରଖୁଛୁ, ସାକ୍ଷୀ ଟେଲିଭିଜନ ପ୍ରଯୋଜକ ମୋନାକ୍ଷୀ ସାଗରଙ୍କ ଝିଅ। ମୋନାକ୍ଷୀ ରାମାନନ୍ଦ ସାଗରଙ୍କ ନାତୁଣୀ। ସାକ୍ଷୀ ପେସାରେ ଜଣେ ଗାୟିକା ସାଙ୍ଗକୁ ଗୀତ ରଚନା କରିଥାନ୍ତି। ଲଣ୍ଡନରୁ ସେ ନିଜର ପାଠପଢ଼ା ଶେଷ କରିଛନ୍ତି। ଏହାଛଡ଼ା ସେ କାଲିଫର୍ନିଆରୁ ଫିଲ୍ମମେକିଂର କୋର୍ସ କରିଛନ୍ତି।

Share