ବୋଲ୍ଡ ଲୁକ୍‌ରେ ଦିଶା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ । ସବୁବେଳେ ସେ ତାଙ୍କର ଫଟୋ, ଭିଡିଓ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଅନେକ ସମୟରେ ସେ ବୋଲ୍ଡ ଅନ୍ଦାଜରେ ନଜର ଆସନ୍ତି । ଠିକ୍‌ ସେମିତି ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ବିକିନି ଫଟୋ ଶେୟାର କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଯାହା ଏବେ ବେଶ ଭାଇରାଲ ହେଉଛି ।

ଦିଶା ଶେୟାର କରିଥିବା ଫଟୋରେ ଏକ ଲାଲ ପ୍ରିଣ୍ଟେଡ ବିକିନି ପିନ୍ଧିଛନ୍ତି। ଏହି ଫଟୋ ସେୟାର କରି କ୍ୟାପ୍‌ସନରେ ସେ ଲେଖିଛନ୍ତି ଯେ,‘ମିସିଙ୍ଗ୍‌’ । ଏହା ପ୍ରଥମ ଥର ନୁହେଁ ଯେ , ଦିଶା ତାଙ୍କ ବିକିନି ଫଟୋ ଶେୟାର କରିଛନ୍ତି । ସେ ପ୍ରାୟତଃ ତାଙ୍କ ବିକିନି ଫଟୋ ଶେୟାର କରନ୍ତି, ଯାହାକୁ ପ୍ରଶଂସକ ଖୁବ୍‌ ପସନ୍ଦ କରନ୍ତି।

Share