ବୋଲ୍ଡ ଡ୍ରେସ୍‌ ପାଇଁ ଟ୍ରୋଲ ହେଲେ ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନାସ୍‌ଙ୍କ ହାତ ଧରିବା ପରଠାରୁ ନିଜର ବେଶପୋଷାକ, ଚାଲିଚଳନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଚଳିତବର୍ଷ ଆରମ୍ଭରୁ ସେ ଟ୍ରୋଲ ହୋଇଛନ୍ତି। ଗତ ୨୬ ତାରିଖରେ ଲସ୍‌ ଏଞ୍ଜେଲସ୍‌ର ଷ୍ଟେପ୍‌ଲେସ୍‌ ସେଣ୍ଟରରେ ଆୟୋଜିତ ବିଶ୍ୱର ସବୁଠୁ ବଡ଼ ମ୍ୟୁଜିକ୍‌ ପୁରସ୍କାର ସମାରୋହ ‘ଗ୍ରାମୀ ଆଓ୍ବାର୍ଡ’ ୨୦୨୦ରେ ଅଂଶଗ୍ରହଣ କରିଥିଲେ। ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ଲୋକେ ପ୍ରିୟଙ୍କାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି। କାରଣ ପ୍ରିୟଙ୍କା ଏହି ସମାରୋହରେ ବୋଲ୍ଡ ପୋଷାକରେ ନଜର ଆସିଥିଲେ। ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ପ୍ରିୟଙ୍କା ମଧ୍ୟ ଏହାର କଡ଼ା ଜବାବ ରଖିଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି, ମୁଁ ଭାବିଥିଲି ଏବର୍ଷ ବହୁ ରୋମାଞ୍ଚକର ହେବ। ଯେଉଁଲୋକ ଆପଣଙ୍କୁ ପ୍ରେମ କରୁଛନ୍ତି ସେ ଅଧିକ ପ୍ରେମ କରିବେ। ଯିଏ ଯେମିତି ଜୀବନ ବଞ୍ଚିବାକୁ ଚାହୁଁଛି ସେ ସେମିତି ଭାବରେ ବଞ୍ଚିବ। ଯେତେ ଦୁଃଖକଷ୍ଟରେ ଥିଲେ ମଧ୍ୟ ସମସ୍ତଙ୍କ ପ୍ରତି ଦୟା ମନୋଭାବ ପୋଷଣ କରନ୍ତୁ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ମୋତେ ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ମିଳିଛି। ସେଥିପାଇଁ ବହୁତ ଖୁସି। କିନ୍ତୁ ମୋ’ ଭଲପାଇବା ଆପଣମାନଙ୍କୁ ମିଳୁନି ସେ ପାଇଁ ମନ ଦୁଃଖ କରୁଛି। ନିଜ ଲୋକଙ୍କ ପାଇଁ ଦୟାଳୁ ମନୋଭାବ ରଖନ୍ତୁ। ପ୍ରିୟଙ୍କାଙ୍କ ଏପରି ଜବାବ୍‌ରେ ଟ୍ରୋଲରଙ୍କ ମୁହଁ ଏକପ୍ରକାର ବନ୍ଦ ହୋଇଯାଇଛି।

Share