ବୋଲେରୋ ଚଢ଼ିଯିବାରୁ ଏକ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣା : ଯୋଡାରେ ଉତ୍ତେଜନା, ପରିବାରକୁ କ୍ଷତିପୂରଣ ଦାବି

ଯୋଡ଼ା, ୨୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଗଣେଶ ଭବନ ଠାରେ ବୋଲେରୋ ଚଢ଼ିଯିବାରୁ ଏକ ପରିବାରର ୩ଜଣଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ଥିକ କ୍ଷତି ପୂରଣ ଦାବି କରି ମଙ୍ଗଳବାର ଯୋଡାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଏହାର ପ୍ରତିବାଦ କରି ଲାଓପ୍ୟାଲେସଠାରେ ଓ ଗଣେଷ ଭବନ ରାସ୍ତାରେ ନିଆଁଜାଳି ରାସ୍ତା ଅବରୋଧ କରିଥିଲେ । ମୃତକ ଦୁଲୁନ ଲୋହାର(୩୫), ତାଙ୍କ ପୁଅ ମୁନୁ ଲୋହାର(୩) ଓ ତାଙ୍କ ଝିଅ ପ୍ରୀୟା ଲୋହାର(୫)ଙ୍କ ମୃତ୍ୟୁର କ୍ଷତିପୂରଣ ଦାବି କରି ମଙ୍ଗଳବାର ସକାଳ ସାଢ଼େ ୯ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ରାସ୍ତା ଅବରୋଧ ହୋଇଥିଲା  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଏହି ରାସ୍ତା ଅବରୋଧ ଉଠିଥିଲା । ଏହାପରେ ମୃତ ଦୁଲନ ଲୋହାରଙ୍କ ସ୍ତ୍ରୀ ସବିତା ଲୋହାର, ବୁଦ୍ଧିଜୀବି,ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ, ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ କ୍ଷତି ପୂରଣ ପ୍ରଦାନ ନେଇ ଏକ ଆଲୋଚନା ହୋଇଥିଲା। ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ମୃତ ଦୁଲୁନଙ୍କ ସ୍ତ୍ରୀ ସବିତାଙ୍କୁ ଭତ୍ତା ଓ ତାଙ୍କ ଝିଅର ପାଠପଢ଼ା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସବିତାଙ୍କୁ କୌଣସି ଏକ କମ୍ପାନୀରେ ନିଯୁକ୍ତି ଦେବାପାଇଁ ଯୋଡା ଥାନା ଆଇଆଇସି ମୁର୍ମୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସହିତ ବିଭିନ୍ନ ବେସରକାରୀ ସଂସ୍ଥା ପକ୍ଷରୁ ସବିତାଙ୍କ ପରିବାରଙ୍କୁ ୫୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ୫ ଟା ସମୟରେ ଯୋଡାରେ ରହୁଥିବା ଇରଫାନ୍‌ ଖାନ୍‌ ନାମକ ଯୁବକ ଏକ ବୋଲେରୋ (ନଂ ଓଆର୦୨ଏଏନ୍‌ ୫୦୮୬) ଗାଡିକୁ ଲୁଟ କରି ଖୁବ ଦ୍ରୁତଗତିରେ ଚଳାଇ ନେଇ ଫେରାର ହୋଇଯାଉଥିବା ସମୟରେ ଗଣେଷ ଭବନ ରାସ୍ତାରେ ଦୁର୍ଘଟଣା ଘଟାଇଥିଲା। ଏଥିରେ ସ୍ଥାନୀୟ ହଟିଂରେ ଘର ସମ୍ମୁଖରେ ଠିଆ ହୋଇଥିବା ବାପ, ପୁଅ ଓ ଝିଅଙ୍କ ଉପରେ ବୋଲେରୋ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ବଲେରୋ ଚଳାଉଥିବା ଇରଫାନ୍‌ ଖାନ୍‌ ମଧ୍ୟ ଆହତ ହୋଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି ଯୋଡା ଥାନାରେ ଏକ ମାମଲା (ନଂ.୧୮୫/୨୦୧୯) ରୁଜୁ କରିଛି। ଯୋଡା ଥାନାରେ ଉକ୍ତ ଗାଡିର ଡ୍ରାଇଭର ପ୍ରଦୀପ ଧଳ ଲିଖିତ ଏତଲା ଦେବାପରେ ପୋଲିସ ଉକ୍ତ ବୋଲେରୋକୁ ଜବତ କରିବା ସହିତ ଦୁର୍ବୃତ୍ତଙ୍କ ଠାରୁ ଏକ ଭୁଜାଲି ଜବତ କରିଛିି ା ତେବେ ଅଭିଯୁକ୍ତ ଇରଫାନ ଖାଁଙ୍କ ନାମରେ ପୂର୍ବରୁ ଏକ ବଳାତ୍କାର ଅଭିଯୋଗ, ୩ଟି ଭୁଜାଲି ମାଡ,୧ଟି ଚୋରି, ଓ ୧ଟି ଚୋରାମଦ କାରବାର ମାମଲା ରହିଥିବା ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri