Categories: ଖେଳ

ବୋର୍ଡ ସଭାପତି ଏକାଦଶ ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ, ମାଧୁରୀ ମେହେଟ୍ଟା

ମୁମ୍ବାଇ, ୩୦ା୮ (ପି.ଟି.)-ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ବିପକ୍ଷ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ ପାଇଁ ୧୫ ଜଣିଆ ବୋର୍ଡ ସଭାପତି ଏକାଦଶ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ଦୁଇ ଖେଳାଳି ମାଧୁରୀ ମେହେଟ୍ଟା ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଛନ୍ତି।
ଉଇକେଟକିପର ବ୍ୟାଟ୍ସଓମ୍ୟାନ ସୁଷମା ବର୍ମାଙ୍କୁ ଦଳର ଅଧିନାୟିକା ଭାବେ ମନୋନୀତ କରାଯାଇଛି। ଦୁଇଟି ଯାକ ଅଭ୍ୟାସ ମ୍ୟାଚ ସୁରଟରେ ଆସନ୍ତା ମାସ ୨୦ ଏବଂ ୨୨ରୁ ଖେଳାଯିବ। ସ୍ପିନର ଦେବିକା ବୈଦ୍ୟଙ୍କୁ ଉପଅଧିନାୟିକା କରାଯାଇଛି। ଏହାପରେ ଭ୍ରମଣକାରୀ ଦଳ ଭାରତୀୟ ମହିଳା କ୍ରିକେଟ ଦଳ ବିପକ୍ଷରେ ୫ ମ୍ୟାଚବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଏବଂ ୩ ମ୍ୟାଚବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବ। ପୂଜା ବସ୍ତ୍ରାକାର ଏବଂ ପ୍ରିୟା ପୁନିଆଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଚଳିତ ବର୍ଷ ପ୍ରଥମ ଭାଗରେ ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା କେତେଜଣ ଖେଳାଳିଙ୍କୁ ମଧ୍ୟ ଦଳରେ ନିଆଯାଇଛି। ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ଦୁଇ ଓ୍ବାର୍ମଅପ୍‌ ମ୍ୟାଚ ଲାଗି ଦଳ ମନୋନୟନ ପାଇଁ ଶୁକ୍ରବାର ମୁମ୍ବାଇରେ ସର୍ବଭାରତୀୟ ମହିଳା ଚୟନ କମିଟି ବୈଠକ ବସିଥିଲା। ଅନ୍ତର୍ଜାତୀୟ ଟି୨୦ ଏବଂ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା ପରେ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରକାଶ କରିଛି।
ବୋର୍ଡ ସଭାପତି ଏକାଦଶ: ସୁଷମା ବର୍ମା (ଅଧିନାୟିକା), ଦେବିକା ବୈଦ୍ୟ (ଉପଅଧିନାୟିକା), ଭି.ଆର୍‌. ବନୀତା, ଶେଫାଳି ବର୍ମା, ପ୍ରିୟା ପୁନିଆ, ଜାସିଆ ଅକ୍‌ତର, ଏମ୍‌ଡି ଥିରୁଷ୍କାମିନି, ମାଧୁରୀ ମେହେଟ୍ଟା, ତାରାନମ୍‌ ପଠାନ, ସୁଶ୍ରୀ ଦିବ୍ୟଦର୍ଶିନୀ, ତନୁଜା କନଓ୍ବାର, ଭାରତୀ ଫୁଲ୍‌ମାଲି, ମାନସୀ ଯୋଶୀ, ରେଣୁକା ସିଂ ଓ ପୂଜା ବସ୍ତ୍ରାକାର।

Share