Categories: ଜାତୀୟ

ବୋର୍ଡ ପରୀକ୍ଷା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନିଅ

ନୂଆଦିଲ୍ଲୀ,୧୮ା୬(ପି.ଟି.): କରୋନା ମହାମାରୀ ଯୋଗୁ ଅଟକି ରହିଥିବା ବୋର୍ଡ ପରୀକ୍ଷା ହେବ କି ନାହିଁ ସେନେଇ ସପ୍ତାହକ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀକୁ ଦୃଷ୍ଟିରେ ରଖି ବାକି ରହିଥିବା ବିଷୟଗୁଡ଼ିକର ପରୀକ୍ଷା ନ କରିବାକୁ ଅଭିଭାବକମାନଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ପରୀକ୍ଷା କରା ନ ଯାଇ ଇଣ୍ଟରନାଲ ପରୀକ୍ଷା ମୂଲ୍ୟାଙ୍କନ ଆଧାରରେ ନମ୍ବର ଦିଆଯାଇପାରିବ କି ନାହିଁ ତାହା ଅନୁଧ୍ୟାନ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ବୋର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଜୁଲାଇ ୧ରୁ ୧୫ ମଧ୍ୟରେ ଅବଶିଷ୍ଟ ବିଷୟରେ ବୋର୍ଡ ପରୀକ୍ଷା କରାଇବାକୁ ସିବିଏସ୍‌ଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଅଭିଭାବକମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Share