Categories: ଜାତୀୟ

ବୋମା ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ହାଫିଜଙ୍କ ପୁଅ

ନୂଆଦିଲ୍ଲୀ,୧୦।୧୨: ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କ ପୁଅ ତହ୍ଲା ସଇଦ ଏକ ବୋମା ବିସ୍ଫୋଣର ସ୍ଥଳରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ସମୟରେ ନିଜେ ହାଫିଜ ମଧ୍ୟ ସେଠାରେ ଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ତେବେ ଉଭୟ ସୁରକ୍ଷିତ ଥିବା କୁହାଯାଉଛି। ଏହି ବସ୍ଫୋରଣ ପାଇଁ ପାକିସ୍ତାନ ଭାରତର ଗୁଇନ୍ଦା ସଂସ୍ଥା ର’କୁ ଦାୟୀ କରୁଥିବା ବେଳେ ଭାରତ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛି।

Share