Categories: ଫୁରସତ

ବୋମା ଫୁଟିଲେ ୪ ବର୍ଷର ଝିଅକୁ କାହିଁକି ହସାଉଛନ୍ତି ବାପା…..

ଦକ୍ଷିଣ ସିରିଆର ଟର୍କିଶ୍‌ ବର୍ଡରରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ସିରିଆ ବାୟୁସେନା ଏବଂ ରୁଷିଆ ସେନା ମଧ୍ୟରେ ଇଦଲିବ୍‌ରେ ଲାଗିଥିବା ଲଢେଇରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ନାନା ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡୁଛି। ଅଧିକାଂଶ ସମୟରେ ସେଠାରେ ବୋମା ଫୁଟୁଛି। ବୋମା ଶବ୍ଦରୁ ନିଜ ଶିଶୁକୁ ଭୟଭୀତ ହେବାରୁ ରକ୍ଷା କରିବା ପାଇଁ ଜଣେ ବାପା ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସୋସିଆଲ ମିଡିଆରେ ଏହି ବାପ-ଝିଅଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅଲ୍ଲୀ ମୁସ୍ତାଫା ନାମକ ଜଣେ ଟୁଇଟର ୟୁଜର୍ସ ନିଜ ଆକାଉଣ୍ଟରେ ଏହି ଭିଡିଓଟିକୁ ଶେୟାର କରିଛନ୍ତି। ଅବଦ୍ଦୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ୪ ବର୍ଷର ଝିଅଟିଏ ଅଛି। ଇଦଲିବ୍‌ରେ ବୋମା ଫୁଟିବା ମାତ୍ରେ କୁନି ଝିଅ ସେଲଭା ଭୟଭୀତ ହୋଇପଡୁଥିବାରୁ ଅବଦୁଲ୍ଲା ତାଙ୍କ ପାଇଁ ଏକ ଖେଳ ପ୍ରସ୍ତୁତ କରିଥିଲେ। ଖେଳର ନିୟମ ଅନୁଯାୟୀ ଯେତେବେଳେ ବୋମା ଫୁଟିବାର ଶବ୍ଦ ହେବ ସେତେବେଳେ ଉଭୟ ବାପ ଏବଂ ଝିଅ ଖୁବ୍‌ ଜୋରରେ ହସିବେ। ଯାହାଦ୍ୱାରା ବୋମାର ଶବ୍ଦ ଆଉ ଶୁଣି ହେବ ନାହିଁ।

Share