Categories: ଖେଳ

ବୋପାନ୍ନା-ଶାପୋଭାଲୋଭ କ୍ୱାର୍ଟରରେ

ରୋଟରଡାମ୍‌, ୧୨।୨ (ପି.ଟି.): ଭାରତୀୟ ଅଭିଜ୍ଞ ଟେନିସ ଖେଳାଳି ରୋହନ ବୋପାନ୍ନା ନେଦରଲାଣ୍ଡ୍ସରେ ଚାଲିଥିବା ରୋଟର୍‌ଡାମ ଓପନ୍‌ ପ୍ରତିଯୋଗିତାର ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କାନାଡାର ଡେନିସ ଶାପୋଭାଲୋଭଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ୭-୬, ୬-୭, ୧୦-୮ ସେଟ୍‌ରେ ଅଷ୍ଟ୍ରେଲୀୟ ଯୋଡ଼ି ଜନ୍‌ ପିୟର୍ସ ଓ ମାଇକେଲ ଭେନସ୍‌ଙ୍କୁ ପରାସ୍ତ କରିଛନ୍ତିି। ୩୯ ବର୍ଷୀୟ ବୋପାନ୍ନା ଓ ତାଙ୍କ କାନାଡିଆନ୍‌ ଯୋଡ଼ି ପରବର୍ତ୍ତୀ ମ୍ୟାଚ୍‌ରେ ୪ର୍ଥ ସିଡ୍‌ ଜିନ୍‌-ଜୁଲିଏନ୍‌ ରୋଜର୍‌ ଓ ହୋରିଆ ଟେକାଉ ଯୋଡ଼ିଙ୍କୁ ଭେଟିବେ।

Share