Categories: ଖେଳ

ବୋପାନ୍ନା-କୁଲହଫ୍‌ ଫାଇନାଲରେ

ଦୋହା, ୧୦ା୧ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ନେଦରଲାଣ୍ଡର ଓ୍ବେସ୍‌ଲି କୁଲ୍‌ହଫ୍‌ ଏଠାରେ ଚାଲିଥବା ୧,୪୬୫,୨୬୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ କାତାର ଓପନ ଟେନିସ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଏହି ଯୋଡ଼ି ୭-୫, ୬-୨ ସେଟ୍‌ରେ ଫିନ୍‌ଲାଣ୍ଡ-କ୍ରୋଏସିଆ ଯୋଡ଼ି ହେନ୍‌ରୀ କୋଣ୍ଟେନେନ୍‌ ଏବଂ ଫ୍ରାଙ୍କୋ ସ୍କୁଗୋର୍‌ଙ୍କୁ ହରାଇ ଦେଇଛନ୍ତି। ଇଣ୍ଡୋ-ଡଚ୍‌ ଯୋଡ଼ି ଶନିବାର ଫାଇନାଲ ମୁକାବିଲାରେ ବ୍ରିଟିଶ-ମେକ୍ସିକାନ ଯୋଡ଼ି ଲ୍ୟୁକ୍‌ ବାମ୍ବ୍ରିଜ୍‌ ଓ ସାଣ୍ଟିଆଗୋ ଗୋଞ୍ଜାଲେଜ୍‌ଙ୍କୁ ଭେଟିବେ। ବାମ୍ବ୍ରିଜ ଓ ଗୋଞ୍ଜାଲେଜ୍‌ ଅନ୍ୟ ସେମିଫାଇନାଲରେ ଡେନମାର୍କର ଫ୍ରେଡ୍ରିକ୍‌ ନିଲ୍‌ସେନ ଓ ଜର୍ମାନୀର ଟିମ୍‌ ପ୍ୟୁଜ୍‌ଙ୍କୁ ୨-୬, ୬-୨, ୧୦-୪ ସେଟ୍‌ରେ ପରାସ୍ତ କରିଛନ୍ତି।

Share