Posted inଖେଳ

ବୋପାନ୍ନାଙ୍କ ଟେନିସ ସ୍କଲାରଶିପ୍‌ ପ୍ରୋଗ୍ରାମ୍‌

ନୂଆଦିଲ୍ଲୀ,୨୭ା୫(ପି.ଟି.)-ଭାରତର ଡବଲ୍ସ ଟେନିସ ବିଶାରଦ ରୋହନ ବୋପାନ୍ନା ମଙ୍ଗଳବାର ଉଚ୍ଚାଭିଳାଷୀ ଟେନିସ୍‌ ସ୍କଲାରଶିପ୍‌ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। ଏଥିରେ ଉଭୟ ଟେନିସ ଓ ଏକାଡେମିକ୍‌ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ ଏକକାଳୀନ ୬୦ଜଣ ପିଲାଙ୍କୁ ପ୍ରାୟୋଜିତ କରାଯିବ। ଜଣକ ପିଛା ବାର୍ଷିକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ରୋହନ ବୋପାନ୍ନା ଟେନିସ ଏକାଡେମୀ (ଆରବିଟିଏ) ଏବଂ ଦି ସ୍ପୋଟର୍‌ସ ସ୍କୁଲର ମିଳିତ ସହଯୋଗରେ ସ୍କଲାରଶିପ୍‌ ପ୍ରୋଗ୍ରାମ୍‌ ଚାଲିବ। ବେଙ୍ଗାଲୁରୁସ୍ଥିତ ଟ୍ରେନିଂ ସେଣ୍ଟର ଏହାର ମୁଖ୍ୟ ସ୍ଥଳ ରହିବ। ପ୍ରଥମାବସ୍ଥାରେ ୧୨ବର୍ଷରୁ କମ୍‌, ୧୪ବର୍ଷରୁ କମ୍‌ ଓ ୧୬ବର୍ଷରୁ କମ୍‌ ୩ କାଟେଗୋରୀ ପିଲା ସ୍କୁଲ ଓ୍ବେବ୍‌ସାଇଟ ଜରିଆରେ ସ୍କଲାରଶିପ୍‌ ପାଇଁ ଆବେଦନ କରପାରିିବେ। ସେମାନଙ୍କର ମୂଲ୍ୟାଙ୍କନ ହେବ। ଲକ୍‌ଡାଉନ୍‌ ଉଠିବା ପରେ ମନୋନୀତ ଖେଳାଳିମାନେ ରେସିଡେନ୍‌ସିଆଲ ପ୍ରୋଗ୍ରାମ୍‌ରେ ଯୋଗ ଦେବେ। ଅନ୍‌ଲାଇନ୍‌ରେ ଏକ ଖବରଦାତା ସମ୍ମିଳନୀରେ ବୋପାନ୍ନା କହିଛନ୍ତି, ମୁଁ ଯେତେବେଳେ ଜଣେ ଜୁନିୟର ଖେଳାଳି ଥିଲି ସେତେବେଳେ ଯେଉଁସବୁ ସୁବିଧା ଉପଲବ୍ଧ ନ ଥିଲା ତାହା ପିଲାମାନେ ପାଆନ୍ତୁ ବୋଲି ମୁଁ ଚାହେଁ। ଏହି ପ୍ରୋଜେକ୍ଟ ଭାରତୀୟ ଟେନିସକୁ ଆହୁରି ଆଗେଇ ନେବ ବୋଲା ଆଶା। ମାତାପିତାମାନେ ସବୁବେଳେ ପିଲାମାନଙ୍କ ପାଠପଢା କଥା ଚିନ୍ତା କରିଥାନ୍ତି। ପାଠପଢା ଓ ଖେଳ ଏକ ସଙ୍ଗରେ ହୋଇପାରିବ ବୋଲି ଆମେ ଏହି ପ୍ରୋଗ୍ରାମ ମାଧ୍ୟମରେ ପ୍ରମାଣ କରି ଦେଖାଇଦେବାକୁ ଚାହୁଁ। ବୋପାନ୍ନା କହିଛନ୍ତି, ସମ୍ଭବତଃ ଏହା ବିଶ୍ୱର ସବୁଠାରୁ ବଡ଼ ସ୍କଲାରଶିପ୍‌ ପ୍ରୋଗ୍ରାମ୍‌। କେହି ଏକକାଳୀନ ୬୦ ପିଲାଙ୍କୁ ଶତ ପ୍ରତିଶତ ସ୍କଲାରଶିପ୍‌ ଦେଉନାହାନ୍ତି। ଏପରିକି ୟୁଏସ୍‌ କଲେଜ୍‌ ଟେନିସ ପ୍ରୋଗ୍ରାମ୍‌ରେ ୭୦ ଅବା ୮୦ ପ୍ରତିଶତ ସ୍ପନସରଶିପ୍‌ ବ୍ୟବସ୍ଥା ରହିଛି ବୋଲି ଭାରତର ୪ର୍ଥ ଖେଳାଳି ହିସାବରେ ଏକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ବୋପାନ୍ନା ପ୍ରକାଶ କରିଛନ୍ତି। ଭାରତର ଟପ୍‌ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନଙ୍କ କୋଚ୍‌ ବାଲଚନ୍ଦ୍ରନ ମଣିକାଥ୍‌ ସେଣ୍ଟରେ ମୁଖ୍ୟ କୋଚ୍‌ ରହିବେ। ତାଙ୍କୁ ଅନ୍ୟ ୬ଜଣ କୋଚ୍‌ ସହାୟତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri