Posted inଖେଳ

ବୋପାନ୍ନାଙ୍କ ଟେନିସ ସ୍କଲାରଶିପ୍‌ ପ୍ରୋଗ୍ରାମ୍‌

ନୂଆଦିଲ୍ଲୀ,୨୭ା୫(ପି.ଟି.)-ଭାରତର ଡବଲ୍ସ ଟେନିସ ବିଶାରଦ ରୋହନ ବୋପାନ୍ନା ମଙ୍ଗଳବାର ଉଚ୍ଚାଭିଳାଷୀ ଟେନିସ୍‌ ସ୍କଲାରଶିପ୍‌ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। ଏଥିରେ ଉଭୟ ଟେନିସ ଓ ଏକାଡେମିକ୍‌ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ ଏକକାଳୀନ ୬୦ଜଣ ପିଲାଙ୍କୁ ପ୍ରାୟୋଜିତ କରାଯିବ। ଜଣକ ପିଛା ବାର୍ଷିକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ରୋହନ ବୋପାନ୍ନା ଟେନିସ ଏକାଡେମୀ (ଆରବିଟିଏ) ଏବଂ ଦି ସ୍ପୋଟର୍‌ସ ସ୍କୁଲର ମିଳିତ ସହଯୋଗରେ ସ୍କଲାରଶିପ୍‌ ପ୍ରୋଗ୍ରାମ୍‌ ଚାଲିବ। ବେଙ୍ଗାଲୁରୁସ୍ଥିତ ଟ୍ରେନିଂ ସେଣ୍ଟର ଏହାର ମୁଖ୍ୟ ସ୍ଥଳ ରହିବ। ପ୍ରଥମାବସ୍ଥାରେ ୧୨ବର୍ଷରୁ କମ୍‌, ୧୪ବର୍ଷରୁ କମ୍‌ ଓ ୧୬ବର୍ଷରୁ କମ୍‌ ୩ କାଟେଗୋରୀ ପିଲା ସ୍କୁଲ ଓ୍ବେବ୍‌ସାଇଟ ଜରିଆରେ ସ୍କଲାରଶିପ୍‌ ପାଇଁ ଆବେଦନ କରପାରିିବେ। ସେମାନଙ୍କର ମୂଲ୍ୟାଙ୍କନ ହେବ। ଲକ୍‌ଡାଉନ୍‌ ଉଠିବା ପରେ ମନୋନୀତ ଖେଳାଳିମାନେ ରେସିଡେନ୍‌ସିଆଲ ପ୍ରୋଗ୍ରାମ୍‌ରେ ଯୋଗ ଦେବେ। ଅନ୍‌ଲାଇନ୍‌ରେ ଏକ ଖବରଦାତା ସମ୍ମିଳନୀରେ ବୋପାନ୍ନା କହିଛନ୍ତି, ମୁଁ ଯେତେବେଳେ ଜଣେ ଜୁନିୟର ଖେଳାଳି ଥିଲି ସେତେବେଳେ ଯେଉଁସବୁ ସୁବିଧା ଉପଲବ୍ଧ ନ ଥିଲା ତାହା ପିଲାମାନେ ପାଆନ୍ତୁ ବୋଲି ମୁଁ ଚାହେଁ। ଏହି ପ୍ରୋଜେକ୍ଟ ଭାରତୀୟ ଟେନିସକୁ ଆହୁରି ଆଗେଇ ନେବ ବୋଲା ଆଶା। ମାତାପିତାମାନେ ସବୁବେଳେ ପିଲାମାନଙ୍କ ପାଠପଢା କଥା ଚିନ୍ତା କରିଥାନ୍ତି। ପାଠପଢା ଓ ଖେଳ ଏକ ସଙ୍ଗରେ ହୋଇପାରିବ ବୋଲି ଆମେ ଏହି ପ୍ରୋଗ୍ରାମ ମାଧ୍ୟମରେ ପ୍ରମାଣ କରି ଦେଖାଇଦେବାକୁ ଚାହୁଁ। ବୋପାନ୍ନା କହିଛନ୍ତି, ସମ୍ଭବତଃ ଏହା ବିଶ୍ୱର ସବୁଠାରୁ ବଡ଼ ସ୍କଲାରଶିପ୍‌ ପ୍ରୋଗ୍ରାମ୍‌। କେହି ଏକକାଳୀନ ୬୦ ପିଲାଙ୍କୁ ଶତ ପ୍ରତିଶତ ସ୍କଲାରଶିପ୍‌ ଦେଉନାହାନ୍ତି। ଏପରିକି ୟୁଏସ୍‌ କଲେଜ୍‌ ଟେନିସ ପ୍ରୋଗ୍ରାମ୍‌ରେ ୭୦ ଅବା ୮୦ ପ୍ରତିଶତ ସ୍ପନସରଶିପ୍‌ ବ୍ୟବସ୍ଥା ରହିଛି ବୋଲି ଭାରତର ୪ର୍ଥ ଖେଳାଳି ହିସାବରେ ଏକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ବୋପାନ୍ନା ପ୍ରକାଶ କରିଛନ୍ତି। ଭାରତର ଟପ୍‌ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନଙ୍କ କୋଚ୍‌ ବାଲଚନ୍ଦ୍ରନ ମଣିକାଥ୍‌ ସେଣ୍ଟରେ ମୁଖ୍ୟ କୋଚ୍‌ ରହିବେ। ତାଙ୍କୁ ଅନ୍ୟ ୬ଜଣ କୋଚ୍‌ ସହାୟତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri