Posted inଖେଳ

ବୋଟାସ ଜିତିଲେ ୟୁଏସ୍‌ ଗ୍ରାଁପ୍ରି: ହାମିଲଟନଙ୍କୁ ୬ଷ୍ଠ ବିଶ୍ୱ ଟାଇଟଲ

ଅଷ୍ଟିନ, ୫ା୧୧ (ଏଏଫ୍‌ପିି)-ଲୁଇସ୍‌ ହାମିଲଟନ ୬ଷ୍ଠ ଥର ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ୟୁଏସ୍‌ ଓପନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ରେ ଦ୍ୱିତୀୟ ସ୍ଥାନ ସହ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ଘଟଣାବହୁଳ ରେସ୍‌ରେ ହାମିଲଟନଙ୍କ ଟିମ୍‌ମେଟ ଭାଲଟେରୀ ବୋଟାସ ପ୍ରଥମ ସ୍ଥାନ ଅଧିକାର କରିବା ସହ ଏଠାରେ ଟାଇଟଲ ବିଜୟୀ ହୋଇଛନ୍ତି। ବ୍ରିଟେନର ୩୪ ବର୍ଷୀୟ ଡ୍ରାଇଭର ହାମିଲଟନ ଏଠାରେ ଗ୍ରୀଡ୍‌ର ୫ମ ସ୍ଥାନରୁ ରେସ୍‌ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ସ୍ଥାନ ସହ ବିଶ୍ୱ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ଥିଲେ, ମାତ୍ର ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ଫିନ୍‌ଲାଣ୍ଡର ବେଟାସଙ୍କ ସହିତ ତାଙ୍କର କଡ଼ା ମୁକାବିଲା ହୋଇଥିଲା। ରେସ୍‌ରେ ହାମିଲଟନ ଦୁଇଥର ଅଗ୍ରଣୀ ଲାଭ କରିଥିଲେ। ମାତ୍ର ଅନ୍ତିମ ୩ଟି ଲାପ୍‌ରେ ବୋଟାସ ତାଙ୍କୁ ପଛରେ ପକାଇ ଦେଇଥିଲେ। ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ତାଙ୍କ କ୍ୟାରିୟରର ୧୫୦ତମ ପୋଡିୟମ ଫିନିଶ କରିବାରେ ସଫଳ ରହିଥିଲେ। ଏହାଛଡ଼ା ସେ କ୍ରମାଗତ ଭାବେ ୩୧ଥର ପଏଣ୍ଟ ଅର୍ଜନ କରିପାରିଛନ୍ତି। ୬ଷ୍ଠ ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ଟାଇଟଲ ହାସଲ କରିବା ଦ୍ୱାରା ହାମିଲଟନ ମାଇକେଲ ସୁମାକରଙ୍କ ରେକର୍ଡ ସମକକ୍ଷହେବାଠାରୁ ସେ ଆଉ ଏକ ପାଦ ପଛରେ ରହିଛନ୍ତି। ସୁମାକର ୭ଥର ବିଶ୍ୱ ଚାମ୍ପିୟନ ହୋଇ ପାରିଛନ୍ତି। ହାମିଲଟନ ଏହା ପୂର୍ବରୁ ୨୦୦୮, ୨୦୧୪, ୨୦୧୫, ୨୦୧୭ ଏବଂ ୨୦୧୮ରେ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଟପ୍‌ ଟେନ୍‌ରେ ଯଥାକ୍ରମେ ରହିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ଚାଲର୍‌ସ ଲେକ୍‌ରେକ୍‌ (ଫେରାରି), ଆଲେକ୍‌ଜାଣ୍ଡର ଆଲବନ୍‌ (ରେଡ୍‌ବୁଲ୍‌), ଡାନିଏଲ ରିକାର୍ଡୋ(ରେନଲ୍‌ଟ), ଲାଣ୍ଡୋ ନୋରିସ (ମ୍ୟାକଲରେନ), କାର୍ଲୋସ ସେଞ୍ଜ ଜୁନିୟର (ମ୍ୟାକଲରେନ), ନିକୋ ହକେନବର୍ଗ (ରେନଲ୍ଟ), ସର୍ଗିଓ ପେରେଜ (ରେସିଂ ପଏଣ୍ଟ)। ହାମିଲଟନ କହିଛନ୍ତି ମୋ ପାଇଁ ଏହି ରେସ୍‌ ଖୁବ୍‌ କଠିନ ଥିଲା। ଟିମ୍‌ମେଟ ବୋଟାସଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri