ବୈଷ୍ଣୋଦେବୀ ଯାତ୍ରା: କଟ୍ରାରେ ୫୦ ଘୋଡ଼ା ସହିତ ଚାଳକଙ୍କ କରୋନା ପରୀକ୍ଷା

କଟ୍ରା, ୨।୬: ଜୁନ୍‌ ୮ରୁ ମାତା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ମନ୍ଦିର କର୍ତ୍ତୃପକ୍ଷ ବେଶ୍‌ ସକ୍ରିୟ ହେବାରେ ଲାଗିଛନ୍ତି। ଇତିମଧ୍ୟରେ ସୋମବାର କଟ୍ରାଠାରେ ୫୦ ଘୋଡ଼ା ସହିତ ସେମାନଙ୍କ ଚାଳକଙ୍କର ନମୁନା ସଂଗ୍ରହ କରି କରୋନା ପରୀକ୍ଷା ଲାଗି ପଠାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବା ମାତା ବୈଷ୍ଣୋଦେବୀ ଶ୍ରାଇନ୍‌ ବୋର୍ଡ ପରିଚାଳକ ରାଜେଶ ଶର୍ମା ସୂଚନା ଦେଇଛନ୍ତି। ମାତାଙ୍କ ଯାତ୍ରାରେ ଏଠାରେ ପ୍ରାୟ ୪୫୦୦ ଘୋଡ଼ା ଚାଳକ ସେବା ପ୍ରଦାନ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ଆଖପାଖ ଅଞ୍ଚଳର ୪୫୦ ଘୋଡ଼ା ଚାଳକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କର ନମୁନା ସଂଗ୍ରହ କରାଯାଇ ଖୁବ୍‌ ଶୀଘ୍ର ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

Share