ବୈବାହିକ ଜୀବନ ସୁନ୍ଦର କରିବା ପାଇଁ ଘରେ ରଖନ୍ତୁ ଏହାକୁ

ସ୍ବାମୀ-ସ୍ତ୍ରୀ ସମ୍ପର୍କ ଅତୁଟ ଓ ଯୁଗ ଯୁଗର ବୋଲି କୁହାଯାଏ। ବୈବାହିକ ଜୀବନକୁ ସୁଖମୟ ଓ ସୁନ୍ଦର କରିବାକୁ ସମସ୍ତେ ଚେଷ୍ଟା କରିଥାନ୍ତି। ହେଲେ ବର୍ତ୍ତମାନ ସମୟରେ କୌଣସି ନା କୌଣସି କାରଣରୁ ଏହି ସମ୍ପର୍କ ବହୁ କମ୍‌ ସମୟରେ ଭାଙ୍ଗିଯାଉଥିବା ଦେଖିବାକୁ ମିଳୁଛି। ତେବେ ବୈବାହିକକୁ ସୁଖମୟ କରିବା ପାଇଁ ବାସ୍ତୁଶାସ୍ତ୍ରରେ ବିଭିନ୍ନ ଉପାୟମାନ ରହିଛି। ଆଚାର୍ଯ୍ୟ ଇନ୍ଦୁ ପ୍ରକାଶଙ୍କ ଅନୁସାରେ ଫେଙ୍ଗ୍‌ ଶୁଇ ବତକ ଯୋଡିର ମାନ୍ୟତା ରହିଛି। ଏହା ଆମ ଜୀବନରେ ପରିବର୍ତ୍ତନ ଆଣିବା ସହ ସକାରତ୍ମକ ଭାବନା ଜାଗ୍ରତ କରିଥାଏ। କୁହାଯାଏ ଯଦି ବତକ ଯୋଡି ମଧ୍ୟରୁ ଜଣେ ସାଥୀର ମୃତ୍ୟୁ ହୋଇଯାଏ ତେବେ ଅନ୍ୟ ସାଥୀ ଜଣକ ବେଶୀଦିନ ବଞ୍ଚି ରହିପାରେ ନାହିଁ। ତେଣୁ ଏହି ବତକ ଯୋଡିକୁ ଫେଙ୍ଗ୍‌ ଶୁଇରେ ପ୍ରେମର ପ୍ରତୀକ ଭାବେ ବିଶ୍ୱାସ କରାଯାଏ। ଏହି ବତକ ଯୋଡିକୁ ଘରେ ରଖିଲେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସୁମଧୁର ସମ୍ପର୍କ ସ୍ଥାପନ ହେବା ସହ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଏଥିସହ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ଦୂର ହେବା ସହ ଘରର ସମସ୍ତ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ। ସେହିପରି ଯେଉଁ ବ୍ୟକ୍ତିମାନେ ନିଜର ଜୀବନ ସାଥୀ ଖୋଜୁଛନ୍ତି ସେମାନେ ମଧ୍ୟ ଏହି ବତକକୁ ଘରେ ରଖିପାରିବେ। ଏହାଦ୍ୱାରା ଖୁବ୍‌ଶୀଘ୍ର ସେ ନିଜର ଜୀବନସାଥୀକୁ ପାଇପାରିବେ।