ବୈତରଣୀ ଶୈବ୍ୟା କାବେରୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ: ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପାଟଣା,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ରାଜନଗରସ୍ଥିତ ଶୈବ୍ୟା କାବେରୀ ଘାଟ ଓ ପାଟଣାସ୍ଥିତ ବୈତରଣୀ ତୀର୍ଥ ଘାଟରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟୁଷରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହ ସହ “ଆ କା ମା ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ” କହି ଡ଼ଙ୍ଗା ଭସାଇଛନ୍ତି। ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇ ବତରଣୀ ସନ୍ନିକଟ ପରମେଶ୍ୱର ମହାଦେବ, ଆନନ୍ଦେଶ୍ୱର ମହାଦେବ ଓ ସ୍ବାମ୍‌ସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିରରେ ଦେବ ଦର୍ଶନ କରିଥିଲେ।
ଶୈବ୍ୟା କାବେରୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ବୋଇତ ବନ୍ଦାଣ ଉତ୍ସବ କମିଟିର ସଭାପତି ଶରତ ଜ୍ୟୋତି କରଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନଥ ନାଏକ, ସମ୍ମାନିତ ଅତିଥି ତୃପ୍ତି ରଞ୍ଜନ ସିଂ, ରଞ୍ଜନ ପାଣି ଓ ଧରଣୀ ଧର ଦାସ ପ୍ରମୁଖ ଯୋଗ ଦେଇ ପ୍ରାଚୀନ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ନୌବାଣିଜ୍ୟ ଗାଥାର ଅବତାରଣା କରିଥିଲେ।