ବୈଠକରେ ସୀମିତ ସଡ଼କ ସୁରକ୍ଷା: ରାଜପଥ କଡ଼ ପାଲଟିଛି ପାର୍କିଂସ୍ଥଳୀ

ନୟାଗଡ଼ ଅଫିସ,୧୨।୯: ନୟାଗଡ଼ ସହରରେ ସଡ଼କ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ ଯାଇଥିବା ବେଳେ ଏହି ରାସ୍ତାକଡ଼ ବର୍ତ୍ତମାନ ଅଘୋଷିତ ପାର୍କିଂ ସ୍ଥଳୀ ପାଲଟିଛି। ସେହିପରି ଉଠା ଦୋକାନୀଙ୍କ କବ୍‌ଜାରେ ରାସ୍ତାକଡ ରହିଛି। ଫଳରେ ପଥଚାରୀଙ୍କ ଠାରୁ ଆରମ୍ଭ କରି ବାଇକ୍‌ ଓ ବିଭିନ୍ନ ଯାନବାହନ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଥିବାର ନଜିର ମଧ୍ୟ ରହିଛି। ହେଲେ ପ୍ରଶାସନର କିନ୍ତୁ ଏଥିପ୍ରତି ନିଘା ନାହିଁ।
ଯେ, ନୟାଗଡ଼ ସହରର ସରକାରୀ ବାଳିକା ବିଦ୍ୟାଳୟ ନିକଟବର୍ତ୍ତୀ ଜାତୀୟ ରାଜପଥ-୫୭ ପାର୍ଶ୍ୱରେ ଦିନରାତି ସବୁବେଳେ ମାଳମାଳ ଗାଡ଼ି ପାର୍କିଂ ହୋଇ ରହୁଛି। ବସ୍‌ଠାରୁ ଆରମ୍ଭ କରି ଡମ୍ପର, ଜେସିବି ଗାଡ଼ି ଲାଇନ୍‌ରେ ରହୁଥିବାର ଦେଖିବାକୁ ମିଳୁଛି। ଦୀର୍ଘ ୩ ମାସ ହେଲାଣି ଉକ୍ତ ସ୍ଥାନ ଅଘୋଷିତ ଭାବେ ପାର୍କିଂସ୍ଥଳୀ ପାଲଟିଛି। ସେଠାରେ ଗାଡ଼ିଗୁଡ଼ିକ ରହିବା ଯୋଗୁ ବିଦ୍ୟାଳୟକୁ ଯାଉଥିବା ପିଲାମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଦୁଇଟି ଗାଡ଼ି ଏକା ସଙ୍ଗେ ବିପରୀତ ଦିଗରୁ ଯାତାୟାତ କରୁଥିବା ବେଳେ ଅତି ସାବଧାନର ସହ ଚାଳକଙ୍କୁ ଗାଡ଼ି ଚଳାଇବାକୁ ପଡ଼ୁଛି। ଟିକେ ଅସାବଧାନତା ହେଲେ ଦୁର୍ଘଟଣାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପରିବହନ ବିଭାଗ ସବୁ ଜାଣିଥିଲେ ମଧ୍ୟ ହାତବାନ୍ଧି ବସିପଡ଼ିଛି। ଅନ୍ୟପକ୍ଷେ ସହରର ବିଭିନ୍ନ ରାସ୍ତା କଡ଼ ଏବେ ଉଠା ଦୋକାନୀଙ୍କ କବଜାରେ ରହିଛି। ନୟାଗଡ଼ ବନଖଣ୍ଡ କାର୍ଯ୍ୟାଳୟ ପାର୍ଶ୍ୱ, ଖଣ୍ଡପଡ଼ା ରୋଡ଼, ଓଡ଼ଗାଁ ରୋଡ଼ ଆଦି ଅନେକ ସ୍ଥାନରେ ଉଠା ଦୋକାନୀମାନେ ସେମାନଙ୍କର ପସରା ମେଲାଇ ବ୍ୟବସାୟ କରୁଛନ୍ତି। ଗତ ମାସ ୨୨ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ନୟାଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଓ ରାସ୍ତା ଗୃହ ନିର୍ମାଣ ବିଭାଗକୁ ସହରରେ ଗାଡ଼ି ପାର୍କିଂ ନିମନ୍ତେ ଜାଗା ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ସହରାଞ୍ଚଳରେ ଜନସାଧାରଣଙ୍କ ସୂଚନା ପାଇଁ ବିଭିନ୍ନ ପ୍ରକାର ସଡ଼କ ସୁରକ୍ଷା ସାଇନ୍‌ ବୋର୍ଡ଼ ଆବଶ୍ୟକ ସ୍ଥାନରେ ଲଗାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା। ଜିଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରୁଥିବା ଗାଡ଼ି ଓ ବୁଲାବିକାଳିମାନଙ୍କୁ ତୁରନ୍ତ ହଟାଇବା ପାଇଁ ପୋଲିସ ଅଧିକାରୀମାନେ ତପତ୍ରତା ଦେଖାଇବା ଲାଗି ବୈଠକରେ ମଧ୍ୟ କୁହାଯାଇଥିଲା। ସବୁ କିଛି କେବଳ ବୈଠକରେ ସୀମତି ହୋଇ ରହି ଯାଇଛି। ଏ ନେଇ କିଛି ବି କାର୍ଯ୍ୟକ୍ରମ ଆଗେଇ ପାରିନାହିଁ। ଫଳରେ କେବଳ ବୈଠକରେ ସୀମିତ ସଡ଼କ ସୁରକ୍ଷା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ଆରଟିଓ ପ୍ରତାପ ପ୍ରୀତିମୟଙ୍କୁ ପଚାରିବାରୁ ସେ କୁହନ୍ତି ବୈଠକରେ ଆମେ ସମସ୍ତଙ୍କର ସହାୟତାରେ କାର୍ଯ୍ୟ କରିବୁ ବୋଲି ଆଲୋଚନା ହୋଇଥିଲା। ପୌରପରିଷଦ ନିର୍ବାହୀ ଅଧିକାରୀ, ତହସିଲଦାର ଓ ସ୍ଥାନୀୟ ପୋଲିସର ସହାୟତାରେ ଏହି କାମ ହୋଇଥାନ୍ତା। ଏ ଦିଗରେ କୌଣସି କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ହୋଇ ନ ଥିବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri