‘ବେହଦ -୨’ ଶୁଟିଂ ସେଟ୍‌ରେ ଶିବିନ୍‌ ନାରଙ୍ଗ ଆହତ

ଛୋଟପରଦାର ସିରିୟଲ ‘ବେହଦ-୨’ରେ ନଜର ଆସୁଛନ୍ତି ଜେନିଫର ଓ୍ବିଙ୍ଗେଟ୍‌ ଏବଂ ଶିବିନ୍‌ ନାରଙ୍ଗ। ଏହି ସିରିୟଲଟିକୁ ଦର୍ଶକ ବହୁ ପସନ୍ଦ ବି କରୁଛନ୍ତି। କିନ୍ତୁ ଏହି ଶୋ’ ସହିତ ଯୋଡ଼ା ଏକ ଖରାପ ଖବର ଶୁଣିବାକୁ ମିଳିଛି। ଶୁଟିଂ ସେଟ୍‌ରେ ଅଭିନେତା ଶିବିନ୍‌ ନାରଙ୍ଗଙ୍କ ହାତ ଭାଙ୍ଗି ଯାଇଛି। ଆହତ ଯୋଗୁ ସେ କିଛିଦିନ ଶୁଟିଂରୁ ବିରତି ନେବେ। ଏକ ଦୃଶ୍ୟରେ ଶିବିନ୍‌ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଦୌଡୁଥିଲେ। ଏହି ସମୟରେ ନିୟନ୍ତ୍ରଣ ରକ୍ଷା କରି ନ ପାରି ତଳେ ପଡ଼ି ଯାଇଥିଲେ। ତାଙ୍କ ହାତରେ ଖୁବ୍‌ଜୋର୍‌ରେ ଆଘାତ ଲାଗିଥିଲା। ସେ ହସ୍ପିଟାଲ ଯାଇ ଦେଖାଇବାରୁ ହାତ ଭଙ୍ଗିଥିବା ଜଣାପଡ଼ିଥିଲା।
ଏକ ସାକ୍ଷାତକାରରେ ଶିବିନ୍‌ କହିଛନ୍ତି, ଦୃଶ୍ୟଟିରେ ତାଙ୍କ ସାନ ଭାଇଙ୍କୁ ଗୋଡ଼ାଇବାର ଥିଲା। ସେ ଦୌଡ଼ିବା ସମୟରେ ପଡ଼ିଯାଇଥିଲେ। ଏହା ପୂର୍ବରୁ ଅଭିନେତ୍ରୀ ଜେନିଫର ମଧ୍ୟ ଶୁଟିଂ ସେଟ୍‌ରେ ଆହତ ହୋଇଥିଲେ।

Share