ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ମିଳନୀ : ବିନା କାରଣରେ ଅଧ୍ୟାପକଙ୍କୁ କଲେଜ ଛାଡ଼ିବା ମନା

ଭୁବନେଶ୍ୱର, ୨।୮(ବ୍ୟୁରୋ) : ଏଣିକି ପାଠପଢା ସମୟରେ ଅଧ୍ୟାପକମାନେ ବିନା କାରଣରେ କଲେଜ ଛାଡ଼ି ଯାଇପାରିବେ ନାହିଁ। ଅଧିକାଂଶ ସମୟରେ ଅଧ୍ୟାପକମାନେ କାମ ବାହାନାରେ ଶିକ୍ଷାଦାନ ଛାଡ଼ି ବିଭିନ୍ନ ଦପ୍ତରକୁ ଯାଇଥାନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢା ବାଧାପ୍ରାପ୍ତ ହୋଇଥାଏ। ଏହି କାରଣରୁ ଏବେ ଏହା ଉପରେ ରୋକ ଲଗାଇଛି ଉଚ୍ଚଶିକ୍ଷା ବିଭାଗ। ବିନା କାରଣରେ ଅଧ୍ୟାପକମାନେ କଲେଜରୁ କେଉଁଆଡ଼େ ନ ଯିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଇମେଜ୍‌ଠାରେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି।
କଲେଜଗୁଡ଼ିକରେ ଭିତ୍ତିଭୂମି ଅଭାବ ଓ ଉପସ୍ଥାନ ହାର କମୁଥିବା ନେଇ ସମ୍ମିଳନୀରେ କଲେଜ ଅଧ୍ୟକ୍ଷମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଥିଲେ ଯେ, ଷ୍ଟେଟ୍‌ ସିଲେକ୍‌ସନ ବୋର୍ଡ ମାଧ୍ୟମରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନେ ବଦଳି ହୋଇ ଅନ୍ୟ କଲେଜକୁ ଚାଲିଯାଉଛନ୍ତି। ଫଳରେ ରାଜ୍ୟର ଉପାନ୍ତ ଅଞ୍ଚଳରେ ଥିବା କଲେଜଗୁଡ଼ିକରେ ଅଧ୍ୟାପକ ଅଭାବ ସମସ୍ୟା ଦେଖାଦେଉଛି। ସେହିପରି ପଛୁଆ ଅଞ୍ଚଳର କଲେଜଗୁଡ଼ିକରେ ଅଧ୍ୟାପକମାନେ ନିଯୁକ୍ତି ପାଇବା ପରେ ବିଭିନ୍ନ କାରଣ ଦର୍ଶାଇ ସହର ପାଖକୁ ବଦଳି ହୋଇ ଆସୁଛନ୍ତି। ଏଥିଯୋଗୁ ପଛୁଆ ଅଞ୍ଚଳ କଲେଜଗୁଡ଼ିକ ଗୁଣାତ୍ମକ ଶିକ୍ଷାକ୍ଷେତ୍ରରେ ପଛେଇ ଯାଉଛନ୍ତି। ସେହିପରି କଲେଜଗୁଡିକରେ ବିଭିନ୍ନ ଅନର୍ସ ବିଭାଗରେ ଅଧ୍ୟାପକ ନ ଥିବାରୁ ପାଠପଢ଼ା ଠିକ୍‌ ଭାବେ ହୋଇପାରୁନାହିଁ। ଏ ସମ୍ପର୍କରେ ମନ୍ତ୍ରୀ କହିଥିଲେ, ଖାଲିପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ଲାଗି ସରକାର ପଦକ୍ଷେପ ନେଉଛନ୍ତି। ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ୨୪୫୮ଟି ଅଧ୍ୟାପକ ପଦବୀ ପୂରଣ କରାଯାଉଛି ା ପ୍ରଥମ ଦଫାରେ ୧୬୨୫ ଜଣ ଅଧ୍ୟାପକଙ୍କୁ ସର୍ଭିସ ସିଲେକସନ୍‌ ବୋର୍ଡ ମାଧ୍ୟମରେ ନିଯୁକ୍ତି ଦିଆସରିଛି। ଅବଶିଷ୍ଟ ୮୩୩ ଜଣଙ୍କ ଚୟନ ପ୍ରକ୍ରିୟା ଚାଲିଛି। ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶାଶ୍ବତ ମିଶ୍ର ଏହି ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଏକ ମଡେଲ ସିଲାବସ୍‌ ପ୍ରସ୍ତୁତ କରାଯାଉଛି ବୋଲି କହିଥିଲେ। ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ବିଶ୍ବବ୍ୟାଙ୍କ) ବି. ପରମେଶ୍ବରନ୍‌, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ସାହୁ, ଅତିରିକ୍ତ ଶାସନ ସଚିବ ରାଜଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ରାଜ୍ୟର ୭୫ଟି ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri