ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ମିଳନୀ : ବିନା କାରଣରେ ଅଧ୍ୟାପକଙ୍କୁ କଲେଜ ଛାଡ଼ିବା ମନା

ଭୁବନେଶ୍ୱର, ୨।୮(ବ୍ୟୁରୋ) : ଏଣିକି ପାଠପଢା ସମୟରେ ଅଧ୍ୟାପକମାନେ ବିନା କାରଣରେ କଲେଜ ଛାଡ଼ି ଯାଇପାରିବେ ନାହିଁ। ଅଧିକାଂଶ ସମୟରେ ଅଧ୍ୟାପକମାନେ କାମ ବାହାନାରେ ଶିକ୍ଷାଦାନ ଛାଡ଼ି ବିଭିନ୍ନ ଦପ୍ତରକୁ ଯାଇଥାନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢା ବାଧାପ୍ରାପ୍ତ ହୋଇଥାଏ। ଏହି କାରଣରୁ ଏବେ ଏହା ଉପରେ ରୋକ ଲଗାଇଛି ଉଚ୍ଚଶିକ୍ଷା ବିଭାଗ। ବିନା କାରଣରେ ଅଧ୍ୟାପକମାନେ କଲେଜରୁ କେଉଁଆଡ଼େ ନ ଯିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଇମେଜ୍‌ଠାରେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି।
କଲେଜଗୁଡ଼ିକରେ ଭିତ୍ତିଭୂମି ଅଭାବ ଓ ଉପସ୍ଥାନ ହାର କମୁଥିବା ନେଇ ସମ୍ମିଳନୀରେ କଲେଜ ଅଧ୍ୟକ୍ଷମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଥିଲେ ଯେ, ଷ୍ଟେଟ୍‌ ସିଲେକ୍‌ସନ ବୋର୍ଡ ମାଧ୍ୟମରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନେ ବଦଳି ହୋଇ ଅନ୍ୟ କଲେଜକୁ ଚାଲିଯାଉଛନ୍ତି। ଫଳରେ ରାଜ୍ୟର ଉପାନ୍ତ ଅଞ୍ଚଳରେ ଥିବା କଲେଜଗୁଡ଼ିକରେ ଅଧ୍ୟାପକ ଅଭାବ ସମସ୍ୟା ଦେଖାଦେଉଛି। ସେହିପରି ପଛୁଆ ଅଞ୍ଚଳର କଲେଜଗୁଡ଼ିକରେ ଅଧ୍ୟାପକମାନେ ନିଯୁକ୍ତି ପାଇବା ପରେ ବିଭିନ୍ନ କାରଣ ଦର୍ଶାଇ ସହର ପାଖକୁ ବଦଳି ହୋଇ ଆସୁଛନ୍ତି। ଏଥିଯୋଗୁ ପଛୁଆ ଅଞ୍ଚଳ କଲେଜଗୁଡ଼ିକ ଗୁଣାତ୍ମକ ଶିକ୍ଷାକ୍ଷେତ୍ରରେ ପଛେଇ ଯାଉଛନ୍ତି। ସେହିପରି କଲେଜଗୁଡିକରେ ବିଭିନ୍ନ ଅନର୍ସ ବିଭାଗରେ ଅଧ୍ୟାପକ ନ ଥିବାରୁ ପାଠପଢ଼ା ଠିକ୍‌ ଭାବେ ହୋଇପାରୁନାହିଁ। ଏ ସମ୍ପର୍କରେ ମନ୍ତ୍ରୀ କହିଥିଲେ, ଖାଲିପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ଲାଗି ସରକାର ପଦକ୍ଷେପ ନେଉଛନ୍ତି। ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ୨୪୫୮ଟି ଅଧ୍ୟାପକ ପଦବୀ ପୂରଣ କରାଯାଉଛି ା ପ୍ରଥମ ଦଫାରେ ୧୬୨୫ ଜଣ ଅଧ୍ୟାପକଙ୍କୁ ସର୍ଭିସ ସିଲେକସନ୍‌ ବୋର୍ଡ ମାଧ୍ୟମରେ ନିଯୁକ୍ତି ଦିଆସରିଛି। ଅବଶିଷ୍ଟ ୮୩୩ ଜଣଙ୍କ ଚୟନ ପ୍ରକ୍ରିୟା ଚାଲିଛି। ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶାଶ୍ବତ ମିଶ୍ର ଏହି ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଏକ ମଡେଲ ସିଲାବସ୍‌ ପ୍ରସ୍ତୁତ କରାଯାଉଛି ବୋଲି କହିଥିଲେ। ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ବିଶ୍ବବ୍ୟାଙ୍କ) ବି. ପରମେଶ୍ବରନ୍‌, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ସାହୁ, ଅତିରିକ୍ତ ଶାସନ ସଚିବ ରାଜଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ରାଜ୍ୟର ୭୫ଟି ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri