Categories: ଜାତୀୟ

ବେଲୁର ମଠରେ ମୋଦି

କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଦ୍ୱିତୀୟ ଦିନ ଅର୍ଥାତ୍‌ ରବିବାର ହାଓ୍ବଡାରେ ଥିବା ରାମକ୍ରିଷ୍ଣ ପରମହଂସଙ୍କ ବେଲୁର ମଠ ଗସ୍ତ କରି ସେଠାରେ ସେ ରାମକ୍ରିଷ୍ଣ ପରମହଂସଙ୍କୁ ପ୍ରଣିପାତ କରିବା ସହ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ସେଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହାସହ ମଠର ସକାଳ ପ୍ରାର୍ଥନାରେ ମଧ୍ୟ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ମୋଦି ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିବା ବେଳେ ମମତା ପଶ୍ଚିମବଙ୍ଗରେ ସିଏଏ ଓ ଏନ୍‌ଆର୍‌ସି ଲାଗୁ କରିବେ ନାହିଁ ବୋଲି କହିଥିଲେ। ଏହାକୁ ଫେରାଇ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ହେଲେ ରବିବାର ବେଲୁର ମଠରେ ମୋଦି ତାଙ୍କ ଅଭିଭାଷଣ ସମୟରେ ପୁଣିଥରେ ଦୋହରାଇଛନ୍ତି ଯେ, ସିଏଏ କାହାର ନାଗରିକତା ଛଡାଇ ନେବ ନାହିଁ। ତେଣୁ ଏହାକୁ ପଶ୍ଚିମବଙ୍ଗବାସୀ ଗ୍ରହଣ କରନ୍ତୁ। ଏହାକୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ତାହା ଠିକ୍‌ ନୁହେଁ ବୋଲି ମୋଦି କହିଛନ୍ତି। ପରୋକ୍ଷରେ ସେ ପୁଣିଥରେ ମମତାଙ୍କୁ ଟାର୍ଗେଟ କରିଛନ୍ତି ବୋଲି ଆଲୋଚନା ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି ମୋତେ ଶହେ ଶକ୍ତିସମ୍ପନ୍ନ ଯୁବକ ଦିଅନ୍ତୁ ମୁଁ ଭାରତକୁ ବଦଳାଇ ଦେବି।

Share