ବେଲଗାମ ହେଲାଣି ନିଶା ଓଷଧ କାରବାର

ଯୋଡ଼ା,୩୧।୮(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ନିଶା ଓଷଧ କାରବାର ଅହେତୁକ ପରିମାଣରେ ବୃଦ୍ଧି ପାଇଛି ା ବାହାର ରାଜ୍ୟରୁ ଏହାକୁ ଆଣି ସହରରେ ବିକ୍ରୟ କରାଯାଉଛି ା ପୋଲିସ ଜାଣିଶୁଣି ନୀରବ ରହୁଥିବାରୁ ଏହା ନିଶା ଓଷଧ ବ୍ୟବସାୟୀମାନଙ୍କୁ ବେଶ୍‌ ସୁହାଉଛି ା ଏବେ ନାଇଟ୍ରାଜିପାମ୍‌ (ନାଇଟ୍‌ ୧୦) ନାମକ ମାରାତ୍ମକ ନିଶା ଔଷଧର କାରବାର ସହରରେ ଯଥେଷ୍ଟ ବଢିଛି। ଏଥିସହ କୋରେକ୍ସ କପ୍‌ ସିରପ ଓ ପ୍ଲାଜମୋ ଟାବଲେଟ କାରବାର ମଧ୍ୟ ଜାରି ରହିଛି।
କେତେକ ଆନ୍ତଃୀରାଜ୍ୟ ନିଶା ଔଷଧ ବ୍ୟବସାୟୀ ଓ ଚାଲାଣକାରୀ ଯୋଡାକୁ ଏବେ ଉପଯୁକ୍ତ ସ୍ଥାନ ମନେ କରି ବ୍ୟବସାୟ ବଢାଇ ଚାଲିଥିବା ସୂଚନା ମିଳିଛି। ଫଳରେ ସାହିବସ୍ତିର ଗଳିକନ୍ଦି ସମେତ ବିଭିନ୍ନ ବିଭିନ୍ନ ପାନ ଦୋକାନ, ଗ୍ରୋସରୀ ଦୋକାନ, ଚା’ ଦୋକାନ ଓ କେତେକ ଓଷଧ ଦୋକାନରେ ନିଶା ଔଷଧ ସହଜରେ ମିଳି ପାରୁଛି। ଝାଡଖଣ୍ଡ ରାଜ୍ୟରୁ ଚୋରାରେ ଅଣାଯାଉଥିବା ନାଇଟ୍ରାଜିପାମ୍‌ (ନାଇଟ୍‌ ୧୦) ନିଶା ଔଷଧ ଯୋଡା ସହରକୁ କବଳିତ କରିବାକୁ ବସିଲାଣି। ମଦ, ଭାଙ୍ଗ, ଗଞ୍ଜେଇ ଠାରୁ ଏହା ଅଧିକ ନିଶାଯୁକ୍ତ ହୋଇଥିବାରୁ ଏହାର ଚାହିଦା ବଢିଥିବା ସହରର ଜୈନେକ ଜଣେ ଯୁବକ ନିଜ ନାମକୁ ଗୋପନ ରଖିବାକୁ ଅନୁରୋଧ କରି ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ସହରରେ କୋରେକ୍ସ କପ୍‌ ସିରପ ଓ ପ୍ଲାଜମୋ ଟାବେଲେଟ୍‌ ବିନା ଡାକ୍ତରୀ ଚିଠାରେ ବିକ୍ରି ହେଉଛି। ତେବେ ଏହା ଯଥେଷ୍ଟ ପରିମାଣରେ ମିଳୁ ନ ଥିବାରୁ ନାଇଟ୍ରାଜିପାମ୍‌ ଟ୍ୟାବଲେଟକୁ ଯତେଷ୍ଟ ଚଢାଦାମ୍‌ରେ ବିକ୍ରି କରାଯାଉଛି। ନିଶା ଓଷଧ ସେବନ କରି ନଦୀରେ ଗାଧୋଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି। ସହରର ଯୁବ ଗୋଷ୍ଠୀ ନିଶା ଔଷଧ ପ୍ରଭାବରେ ସହରରେ ନାନା ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ସଚେତନ ନାଗରିକମାନେ ଅଭିଯୋଗ କରୁଛନ୍ତି। ନିଶା ଔଷଧର ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ନକଲି କୋରେକ୍ସ ପ୍ରସ୍ତୁତ କରି ବିକ୍ରି କରାଯାଉଥିବା ସୂଚନା ମିଳିଛି ା ଉଲ୍ଲେଖନୀୟ ଯେ, କିଛି ବର୍ଷ ପୂର୍ବେ ଯୋଡାରେ ନକଲି କୋରେକ୍ସ ପ୍ରସ୍ତୁତ ହେଉଥିବା ଏକ ସ୍ଥାନକୁ ପ୍ରଶାସନ ଠାବ କରିଥିଲା । ସମ୍ପ୍ରତି ନିଶା ଔଷଧ ବ୍ୟବହାର କରି କେତେକ ଟ୍ରକ, ଡ୍ରମ୍ପର ଚାଳକ ଗାଡି ଚଳାଉଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ଡ୍ରଗସ୍‌ ନିୟନ୍ତ୍ରିଣ ବିଭାଗର ଉଦାସୀନତା ନେଇ ଲୋକେ ପ୍ରଶ୍ନ ଉଠାଉଛନ୍ତି। ପ୍ରଶାସନ ଏହା ଉପରେ ଲଗାମ ନ ଲଗାଇଲେ ଯୋଡା ସହର ନିଶାବଳୟ ମଧ୍ୟକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri