ବେଲଗାମ ହେଉଛି କରୋନା: ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୯୦୦ରୁ ଊର୍ଦ୍ଧ୍ୱ, ପାସେଞ୍ଜର ଟ୍ରେନ୍‌ ବାତିଲ୍‌

ଇସ୍‌ଲାମାବାଦ,୨୪।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ବେଲଗାମ ହେଉଥିବା କରୋନା ଭାଇରସ୍‌ ଭାରତର ପଡୋଶୀ ଦେଶ ପାକିସ୍ତାନରେ ନିଜର ପ୍ରକୋପ ଜାରି ରଖିଛି। ମଙ୍ଗଳବାର ସୁଦ୍ଧା ପାକିସ୍ତାନରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୯୦୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୬କୁ ଟପିଛି। ଏହାକୁ ରୋକିବା ପାଇଁ ସରକାର ଏବେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶରେ ରେଳସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ମଙ୍ଗଳବାରଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଉପରେ ରୋକୋ ଲଗାଯାଇଥିବା ଜଣାପଡ଼ିଛି।

Share