ବେପାରୀଙ୍କ କବ୍‌ଜାରେ ଚାଷୀଙ୍କ ହଳଦୀପତ୍ର

କେନ୍ଦୁଝର, ୧୯ା୧୧(ସ୍ବ.ପ୍ର.)-ଓଡିଆ ଘରେ ବାର ମାସରେ ତେର ପର୍ବ। ତେର ପର୍ବରେ ଘରେ ପିଠାପଣାରେ ମହକି ଉଠେ। ଓଡିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ ଏଣ୍ଡୁରୀ ପିଠା ନିଆରା ା ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ଘରେ ଘରେ ହୋଇଥାଏ। ଏଣୁ ପ୍ରଥମାଷ୍ଟମୀ ଅସିଲେ ଓଡିଆ ଘର ମାନଙ୍କରେ ହଳଦୀପତ୍ର ଖୋଜା ପଡେ। ତେବେ ଏହି ପତ୍ର ଏକଦା ସମସ୍ତଙ୍କ ବାଡି ବଗିଚାରେ ହେଉଥିଲା। ଏଣୁ ଏହାର ଆବଶ୍ୟକତା ଘରେ ବା ଗ୍ରାମରେ ପୂରଣ ହୋଇଥାଏ। କିନ୍ତୁ ଆଜିକାଲି ହଳଦୀ ପତ୍ରର ଚାହିଦା ମୁତାବକ ମିଳୁ ନ ଥିବାରୁ ଏହା ହାଟବଜାରରେ ବିକ୍ରି ହେଉଛି। ହଳଦୀ ପତ୍ର କିଣାବିକା ଏବେ ବ୍ୟବସାୟରେ ପରିଣତ ହୋଇଗଲାଣି। ଏହି ଜିଲାରୁ ବେପାରୀ ମାନେ ବାହାର ଜିଲାକୁ ହଳଦୀପତ୍ର ନେଇ ବିକି ବେଶ ଲାଭବାନ ହେଉଛନ୍ତି। ଏଣୁ ଏହାର ଦାମ ବୃଦ୍ଧି ପାଇବା ସହ ଅନେକ ସମୟରେ ବହୁ ଉଚ୍ଚ ଦାମରେ ବିକ୍ରି ହୋଇଥାଏ ା
ଅରୁଆ ଚାଉଳ ଓ ବିରି ମିଶାଇ ପିଠଉ କରି ସେଥିରେ ନଡିଆ କୋରା ବା ପନିର ଆଦି ପୁର ଦେଇ ଏହି ପିଠା ପ୍ରସ୍ତୁତ କରାଯାଏ। ଏହି ଦିନରେ ହଳଦୀପତ୍ର ପିଠା ସହିତ ଚକୁଳି, ମଣ୍ଡା ଆଦି ପିଠା କରାଯାଇଥାଏ। ହଳଦୀପତ୍ର ସୁମଧୁର ବାସ୍ନା ପିଠାର ସ୍ବାଦକୁ ଦ୍ୱିଗୁଣିତ କରିଥାଏ। ଦୀର୍ଘ ଦିନ ଧରି ହଳଦୀ ପିଠା ଘରେ ଘରେ ଲୋକ ମାନେ ଖାଇଥାନ୍ତି। ତେବେ ପ୍ରଥମାଷ୍ଟମୀ ଦିନ ଏହି ପିଠାର ଶୁଭାରମ୍ଭ ହୋଇଥାଏ ା ପଢୁଆଁ ବା ଘରର ବଡ ପୁଅ/ଝିଅ ନୂଆ ବସ୍ତ୍ର ପିନ୍ଧି ପୂଜାପାଠ କରି ପିଠା ଖାଇଥାନ୍ତି। ଚାଷୀ ତଥା ବନବାସୀ ମାନେ ଏହି ଦିନରେ ହଳଦୀପତ୍ର କାଟି ଆଣି ହାଟବଜାରରେ ବିକ୍ରି କରନ୍ତି। ତେବେ ଏହି ହଳଦୀପତ୍ରର ଚାହିଦାକୁ ଦେଖି ଚାଷୀ ମାନେ ବେଶ ସକ୍ରିୟ ହୋଇ ଉଠନ୍ତି। ତେବେ କିଛି ବର୍ଷ ହେଲା ଏହି ହଳଦୀପତ୍ର ବେପାରୀ ମାନଙ୍କ କବ୍‌ଜାକୁ ଚାଲିଯାଉଥିବାରୁ ସାଧାରଣ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି। ବେପାରୀ ମାନେ ଚାଷୀ ବା ବନବାସୀଙ୍କ ଠାରୁ ହଳଦୀପତ୍ର ବହୁତ କମ୍‌ ଦାମରେ କିଣି ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି। ପରେ ହଳଦୀପତ୍ର ବିଡା ୫ ଟଙ୍କାରୁ ୧୦ ଟଙ୍କା ରେ କିଣି ବିଡାକୁ ଖୋଲି ଛୋଟ ଛୋଟ ବିଡା କରି ବେପାରୀ ମାନେ ୩ ରୁ ୪ ଗୁଣା ବେଶ ମୁନାଫା କମାଇଥାନ୍ତି ବୋଲି ଅନୀଲ ସୋନକାର କୁହନ୍ତି। ଅଭାବ ଯୋଗୁ ଅନେକ ସମୟରେ ହଳଦୀପତ୍ର ପାଇଁ ଧସ୍ତାଧସ୍ତି ହେବାକୁ ପଡିଥିବା ବେଳେ କେତେକ ସ୍ଥାନରେ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏଥିରେ ଚାଷୀ କିମ୍ବା ବନବାସୀ ବହୁ କଷ୍ଟରେ ବଜାରକୁ ବୋହି ଆଣି ଯେତେ ଲାଭ ପାଆନ୍ତି ନାହିଁ ା ଚାଷୀ ଓ ବନବାସୀ ମାନେ ହଳଦୀ ସାଙ୍ଗକୁ ହଳଦୀପତ୍ର ବିକି ଦୁଇ ପଇସା ପାଇଥାନ୍ତି। ଏଣୁ ଏହି ଚାଷକୁ ପ୍ରୋତ୍ସାହିତ କରାଗଲେ ବହୁ ବିଶେଷ କରି ବନବାସୀ ମାନେ ଉପକୃତ ହୋଇପାରିବେ। ପରିବର୍ତ୍ତିତ ଜଳବାୟୁ କାରଣରୁ କମ ପାଣିରେ ଏହି ଚାଷ ଭଲ ହୋଇଥାଏ ଏବଂ ହାତୀ ବା ବନ୍ୟଜନ୍ତୁ ଏହି ପତ୍ରକୁ ଖାଆନ୍ତି ନାହିଁ ା ଏଣୁ କମ ପରିଶ୍ରମ ଓ ଯତ୍ନ ଆବଶ୍ୟକ ହୋଇଥାଏ ା ଏଣୁ ଏହି ଲାଭଜନକ ଚାଷ ପାଇଁ ପ୍ରଶାସନ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି କୃଷିବିତ ତଥା ସମବାୟବିତ କାନନ ବିହାରୀ ପୋହି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri