ବେଧଡ଼କ ଚାଲିଛି ବାଲି ଉଠାଣ

ଆରଡ଼ି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତସ୍ଥିତ ବୋଡ଼କ ଓ ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀରୁ ଭୁଟୁଭୁଟି ସାହାଯ୍ୟରେ ବେଧଡ଼କ ବାଲି ଉଠାଣ ଚାଲିଛି। ଏହି ବାଲି ଉଠାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ଥାଣୁତା ନେଇ ଅଭିଯୋଗ ହେଉଛି। ଲଗାଣ ବର୍ଷାରେ ସୋମବାର ମଧ୍ୟ ଏଠାରୁ ବାଲି ଉଠାଣ ହେଉଥିବା ଦେଖିବାକୁ ମିଳିଥିଲା। ଆଇନ ଅନୁସାରେ ବାଲି ଉପରେ ଯଦି ୫ ଇଞ୍ଚର ପାଣି ଥାଏ, ସେ ସ୍ଥାନରୁ ବାଲି ଉଠାଣ ହୋଇପାରିବ ନାହିଁ। ଏହି ଆଇନକୁ ବେଖାତିର କରି ପାଣିର ୫ରୁ ୭ ଫୁଟ ତଳୁ ବାଲି ଉଠାଣ କରାଯାଉଛି। ପେଟପାଟଣା ପାଇଁ କେତେକ ବ୍ୟକ୍ତି ବିପଜ୍ଜନକ କାର୍ଯ୍ୟରେ ନିଜକୁ ସାମିଲ କରି ନଦୀରେ ବୁଡ଼ି ବାଲି ଉଠାଉଛନ୍ତି, ଯାହା କି ମାନବାଧିକାର ଉଲ୍ଲଂଘନ ପରିସରକୁ ଆସୁଛି। ଅପ୍ରାପ୍ତବୟସ୍କ ପିଲା ବି ଏହି କାମରେ ନିୟୋଜିତ ହେବାକୁ ପଛାଉ ନାହାନ୍ତି। ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଚାଲୁ ରହିଥିଲେ ମଧ୍ୟ ଚାନ୍ଦବାଲି ତହସିଲ ପକ୍ଷରୁ ବର୍ଷରେ ଥରେ ଅଧେ ଚଢ଼ାଉ କରାଯାଉଥିବା ଅଭିଯୋଗ ହେଉଛି। ବାଲି ମାଫିଆଙ୍କ କବ୍‌ଜାରେ ଜିଲା ପ୍ରଶାସନ ରହିଥିବା ବୋଡ଼କ ଓ ଷାଠିବାଙ୍କୁଡ଼ା ଅଧିବାସୀ କହିଛନ୍ତି। ବାଲି ଉଠାଣ ଦ୍ୱାରା ନଦୀବନ୍ଧ ଧସୁଥିବା ଷାଠିବାଙ୍କୁଡ଼ା ଗ୍ରାମର ଲୋକେ ଅଭିଯୋଗ ଆଣିଛନ୍ତି।
ଷାଠିବାଙ୍କୁଡା ନଦୀବନ୍ଧରେ ପ୍ରତିବର୍ଷ ପଥରପ୍ୟାକିଂ କରାଯାଉଥିଲେ ହେଁ ତାହା ନଦୀ ମଧ୍ୟକୁ ଧସିଯାଉଛି। ଷାଠିବାଙ୍କୁଡା ଓ ବୋଡ଼କ ମଧ୍ୟସ୍ଥାନରେ ଥିବା ୨୦ ନମ୍ବର ଜାତୀୟ ରାଜପଥରେ ସମାନ ପରିସ୍ଥିତି ସୃଷ୍ଟି ହେଉଛି। ଜଳସେଚନ ବିଭାଗର ଅଧିକାରୀ ଏହାକୁ ହୃଦୟଙ୍ଗମ କରି ଚାନ୍ଦବାଲି ତହସିଲଦାରଙ୍କୁ ଏ ବିଷୟରେ ଜଣାଇଛନ୍ତି। କର୍ମଚାରୀ ଅଭାବ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ତହସିଲ ପକ୍ଷରୁ କୁହାଯାଉଛି। ଏହି ବେନିୟମ ବାଲି ଉଠାଣ ପ୍ରକ୍ରିୟା ପଛରେ ୨ଟି ରାଜନୈତିକ ଦଳର ହାତ ଥିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି। ଏ ସମ୍ପର୍କରେ ଷାଠିବାଙ୍କୁଡ଼ା ଗ୍ରାମର ଅଧିବାସୀ ନୀଳମଣି ବିଶ୍ୱାଳ କହିଛନ୍ତି, ନଦୀବନ୍ଧ ଦୁର୍ବଳ ହେବା ପଛରେ ବାଲି ଉଠାଣ ପ୍ରଥମ କାରଣ ଏବଂ ଏଥିଯୋଗୁ ପଥର ଧସୁଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇ ଏହାକୁ ବନ୍ଦ କରାଯିବା ଜରୁରୀ। ଆରଡ଼ି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟଙ୍କୁ ଏ ବିଷୟରେ ପଚାରିବାରୁ କହିଥିଲେ, ଏଭଳି ଉପାୟରେ ନଦୀରୁ ବାଲି ଉଠାଇବା ବେଆଇନ। ବିଭିନ୍ନ ସମୟରେ ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ବାଲି ଉଠାଣକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏହାକୁ ବନ୍ଦ କରାଯିବା ପାଇଁ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri