ବେଧଡକ ଚାଲିଛି ଗଛକଟା, ଧ୍ୱଂସ ପାଉଛି ଜଙ୍ଗଲ

ଲେଫ୍ରିପଡା,୧୫।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଣ୍ଡିଆଡିହି ସେକ୍‌ସନ ଅଞ୍ଚଳରେ ବେଧଡକ ଭାବେ ଗଛକଟା ଚାଲଛି। ଫଳରେ ଜଙ୍ଗଲ ନଷ୍ଟ ହୋଇଯାଉଛି। ବନବିଭାଗ ନିଷ୍କ୍ରିୟ ହୋଇଥିବା ଦେଖାଦେଇଛି। ଜଙ୍ଗଲ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରି ବ୍ୟାପକ ବୃକ୍ଷ ରୋପଣ କରିଚାଲିଛନ୍ତି। ଅନ୍ୟ ପଟେ ବନ କମର୍କଚାରୀଙ୍କ ଖାମଖିଆଲୀ ମନୋଭାବ ଯୋଗୁ ଜଙ୍ଗଲରୁ ଗଛ ଚୋରି ହେଉଥିଲେ ବି ବନ ବିଭାଗ କର୍ମଚାରୀ ଜାଣିପାରୁ ନାହାନ୍ତି। ଗୁଣ୍ଡିଆଡିହି ସେକ୍‌ସନ ଅନ୍ତର୍ଗତ ବୁଡାପାହାଡ, ଦଲକି ଅଞ୍ଚଳରେ ବହୁସଂଖ୍ୟାରେ ଜଙ୍ଗଲରୁ ଶାଗୁଆନ, ଶାଳ, ବିଜା ଇତ୍ୟାଦି ମୂଲ୍ୟବାନ କାଠ ଚୋରି ହେଉଥିବା ଅଭିଯୋଗ ହେଉଛି। ଏହି ଅଞ୍ଚଳରୁ ଦୈନିକ ରାତ୍ରିରେ କାଠପଟା ବିଭିନ୍ନ ଗାଡିରେ ସହରକୁ ଚୋରା ଚାଲାଣ ହେଉଛି। ଅନ୍ୟପକ୍ଷରେ କୁଆଡେ ବନବିଭାଗର କର୍ମଚାରୀଙ୍କ ସହ କାଠ ବ୍ୟବସାୟୀଙ୍କ ଭିତିରି ସମ୍ପର୍କ ରହୁଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବେଆଇନ ପଥର କ୍ୱାରୀ ଖୋଳା ଯାଉଥିବା ଦେଖିବାକୁ ମିଳୁଛି। ନିୟମିତ ବହୁ ପରିମାଣର ପଥର ଟ୍ରାକ୍ଟର ଯୋଗେ ଆଖପାଖ ଅଞ୍ଚଳକୁ ଚାଲାଣ ହେଉଛି। ବିଭିନ୍ନ ରାସ୍ତା କାମ ପାଇଁ ଠିକାଦାରମାନେ ସ୍ଥାନୀୟ ଫରେଷ୍ଟରଙ୍କୁ ଧରାଧରି କରି ସଂରକ୍ଷିତ ଜଙ୍ଗଲରୁ ମେଟାଲ ସଂଗ୍ରହ କରୁଥିବାର ଅଭିଯୋଗ ରହିଛି। ସରକାର ଜଙ୍ଗଲ ସମ୍ପଦକୁ ରକ୍ଷା କରିବା ଦିଗରେ ଗ୍ରାମ୍ୟ ବନସୁରକ୍ଷା କମିଟି ଗଠନ କରି ବିଭିନ୍ନ କ୍ଷେତ୍ରରେ ସଚେତନତା ଜାରି ରଖୁଥିବା ବେଳେ ଏ ଦିଗରେ ସଚେତନତା କେବଳ ସୀମିତ ରହିଯାଉଛି। ବନବିଭାଗ ପକ୍ଷରୁ ଗୁଣ୍ଡିଆଡିହିଠାରେ ସେକ୍‌ସନ କାର୍ଯ୍ୟାଳୟ ରହିଛି। ସେକ୍‌ସନ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟର କୁଆଡେ ମନଇଚ୍ଛା ସେକ୍‌ସନ ଏରିଆକୁ ଯାଉଥିବା ବେଳେ ମାତ୍ର କେତେଜଣ ଫରେଷ୍ଟଗାର୍ଡଙ୍କ ତତ୍ତ୍ୱାବଧାନରେ ବନ ବିଭାଗ ଚାଲିଛି ବୋଲି ଅଭିଯୋଗ ହେଉଛି। ବନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ବନ ସଂରକ୍ଷଣ ଏବଂ ବନବାସୀଙ୍କ ପାଇଁ ଉନ୍ନୟନ କାର୍ଯ୍ୟ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଏଠାରେ କେବଳ କାଗଜପତ୍ରରେ ଚାଲିଥିବା ଅଭିଯୋଗ ରହିଛି। ଏହା ଦ୍ୱାରା ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ଚଳୁଥିବା ବନବାସୀଙ୍କ ଜୀବନଜୀବିକା ପ୍ରତି ବିପଦ ଦେଖାଦେବାର ସମ୍ଭାବନା ରହିଛି। ବିଭାଗୀୟ କର୍ମଚାରୀଙ୍କ ଜ୍ଞାତବ୍ୟରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବାରୁ ସାଧାରଣରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷରେ ଗଛ କଟା ନେଇ ଗୁଣ୍ଡିଆଡିହି ଫରେଷ୍ଟର ରୋହିତ କୁମାର ନାଏକଙ୍କୁ ପଚାରିବାରୁ ଆମ୍ଭେ ଜଙ୍ଗଲ ସୁରକ୍ଷା ଦିଗରେ ସଜାଗ ରହିଛୁ। ଯଦି କୌଣସି ଜାଗାରେ ଗଛ କଟା ଚାଲିଛି, ତା ହେଲେ ଆମ ଫରେଷ୍ଟଗାର୍ଡଙ୍କୁ ପଚାରିବି। ଫରେଷ୍ଟଗାର୍ଡଙ୍କ ମଧ୍ୟ ଦାୟିତ୍ୱ ରହିଛି। ଆପଣ ଯଦି କୌଣସି ଜାଗାରେ ଗଛକଟା ଚାଲିଛି ତା’ହେଲେ ସୂଚନା ଦେଲେ ଆମେ ଏହାର ଦିଗରେ ପଦକ୍ଷେପ ନେବୁ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହି ସେକ୍‌ସନ ଅଧୀନରେ କାମ୍ପା ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ହୋଇଥିବା ଟ୍ରେଞ୍ଚ ଖୋଳା, ପୋଖରୀ ଖନନ ତଥା ବୃକ୍ଷରୋପଣ ଏବଂ ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟରେ ବ୍ୟାପକ ଅନିୟମିତତ୍‌ା କରାଯାଇଛି। ଅନେକ ପ୍ରକଳ୍ପରେ ରୋପଣ ହୋଇଥିବା ଚାରାର ନାଁ ଗନ୍ଧ ନାହିଁ। ତେଣୁ ଏ ଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri