ବେଦାନ୍ତର ‘ମେଟାଲ ଓ୍ବିମେନ୍‌’

ଭୁବନେଶ୍ୱର, ୮।୩(ବ୍ୟୁରୋ): ମହିଳାମାନେ ଯେକୌଣସି କାମକୁ ସଫଳତାର ସହ କରିପାରିବେ। କେବଳ ସଫ୍ଟଓ୍ବେର୍‌ ଇଞ୍ଜିନିୟର, ଶିକ୍ଷକ ଓ ଡାକ୍ତର ନୁହେଁ, ମେକାନିକାଲ ଇଞ୍ଜିନିୟର, ଓ୍ବେଲ୍ଡର, ସିକ୍ୟୁରିଟି, ଫାୟାର ଫାଇଟର୍‌ ଓ ଆଷ୍ଟ୍ରୋନଟ୍‌ ଭଳି ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ମଧ୍ୟ ମହିଳାମାନେ ନିଜ ପ୍ରଭାବ ବିସ୍ତାର କରିପାରିବେ। ପ୍ଲାଣ୍ଟ ଅପରେଶନରୁ ଆରମ୍ଭକରି ମାର୍କେଟିଂ, ମେଣ୍ଟେନାନ୍ସ ଓ ଆର୍‌ଆଣ୍ଡ୍‌ଡି ପର୍ଯ୍ୟନ୍ତ ମହିଳାଙ୍କ ପାଇଁ କୌଣସି କାମ କରିବା ଅସମ୍ଭବ ନୁହେଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବେଦାନ୍ତର ଆଲୁମିନିୟମ୍‌ ଆଣ୍ଡ ପାଓ୍ବାର୍‌ ବିଜ୍‌ନେସ୍‌ ଶାଖା। ଦେଶର ଏହି ପ୍ରମୁଖ ଶିଳ୍ପାନୁଷ୍ଠାନ ମହିଳା ଓ ପୁରୁଷଙ୍କୁ ସର୍ବଦା ସମାନ ଭାବେ ଦେଖିଥାଏ। ପ୍ରତି ମୁହୂର୍ତ୍ତରେ ଶିଖିବା ଓ କିଛି ନୂଆ କରିବାର ଇଚ୍ଛାଶକ୍ତି ନେଇ ଆଗକୁ ଆସୁଥିବା ମହିଳାମାନଙ୍କୁ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ ଦେଇଥାଏ। ତାହା ପ୍ଲାଣ୍ଟ୍‌ ଅପରେଶନ ହେଉ କି ସେଣ୍ଟ୍ରାଲ ସିକ୍ୟୁରିଟି ଟିମ୍‌, ବେଦାନ୍ତ କେବେ କାମରେ ମହିଳା ପୁରୁଷଙ୍କ ବାଛ ବିଚାର କରୁ ନ ଥିବା ବେଦାନ୍ତ ଲିମିଟେଡ୍‌ ଆଲୁମିନିୟମ୍‌ ଆଣ୍ଡ୍‌ ପାଓ୍ବାର ବିଜ୍‌ନେସ୍‌ର ସିଇଓ ଅଜୟ କୁମାର କହିଛନ୍ତି।

ଓଡ଼ିଶାର ଝାରସୁଗୁଡ଼ା ଏବଂ ଛତିଶଗଡ଼ର ବାଲ୍‌କୋରେ ଥିବା କମ୍ପାନୀର ଦୁଇଟି ପ୍ରମୁଖ ଅପରେଶନ୍‌ସ ଶାଖାର ସେଣ୍ଟ୍ରାଲ ସିକ୍ୟୁରିଟି ଏବଂ ସର୍ଭେଲାନ୍ସ ଟିମ୍‌ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ସେହିଭଳି କଳାହାଣ୍ଡି ଲାଞ୍ଜିଗଡ଼ରେ ଥିବା ଫ୍ୟାକ୍ଟ୍ରିର ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍‌ ମଧ୍ୟ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଡିଜିଟାଲ ଟେକ୍ନୋଲୋଜିରେ ପାରଙ୍ଗମ ଏହି ମହିଳାମାନେ ସଫଳତାର ସହ ସମସ୍ତ କାର୍ଯ୍ୟ କରିଥାନ୍ତି। ମହିଳାଙ୍କ ସୁରକ୍ଷା, କାର୍ଯ୍ୟସ୍ଥଳୀରେ ନିରାପତ୍ତା, ୨୪ ଘଣ୍ଟିଆ ଡେ’କେୟାର ବ୍ୟବସ୍ଥା ସହ ପ୍ରତ୍ୟେକ ମହିଳା କର୍ମଚାରୀଙ୍କୁ ନିଜ ଆତ୍ମରକ୍ଷା ପାଇଁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଏ।

କେବଳ ପାରମ୍ପରିକ ନୁହେଁ, ମହିଳାମାନଙ୍କୁ ଚ୍ୟାଲେଞ୍ଜିଂ ରୋଲ୍‌ ଦେବାକୁ ପସନ୍ଦ କରୁଥିବା ବେଦାନ୍ତ ବହୁ ପୁରୁଷ ପ୍ରାଧାନ୍ୟ କାମରେ ମହିଳାଙ୍କୁ ନିୟୋଜିତ କରିଛି। ତୃଣମୂଳସ୍ତରରୁ ଆରମ୍ଭକରି ଡେସିସନ୍‌ ମେକିଂ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ମହିଳାଙ୍କୁ ନିଯୁକ୍ତ କରାଯାଏ। କମ୍ପାନୀର ସ୍ମେଲ୍‌ଟର୍‌, କାଷ୍ଟ୍‌ ହାଉସ୍‌, କୋଲ୍‌ ପ୍ରୋକ୍ୟୁରମେଣ୍ଟ, କମର୍ସିଆଲ, ମାର୍କେଟିଂ, ଫିନାନ୍ସ ଏବଂ ଏଚ୍‌ଆର୍‌ଏମ୍‌ ଭଳି କ୍ଷେତ୍ରରେ ବହୁସଂଖ୍ୟାରେ ମହିଳା କାମ କରୁଥିବାବେଳେ ସିକ୍ୟୁରିଟି, ଅକ୍ୟୁପେଶନାଲ ହେଲ୍‌ଥ, ଟ୍ୟାଲେଣ୍ଟ ଆକ୍ୟୁଜିଶନ, ଡେଭଲପ୍‌ମେଣ୍ଟ ଏବଂ ଏନ୍‌ଗେଜ୍‌ମେଣ୍ଟ ଭଳି କ୍ଷେତ୍ରରେ ଅଧିକାଂଶ ମହିଳା କର୍ମଚାରୀଙ୍କୁ ଦେଖିବାକୁ ମିଳିଥାଏ। ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ରିଫାଇନେରିରେ ମହିଳାମାନେ ଆସେଟ୍‌ ଅପ୍ଟିମାଇଜେଶନ, ହେଲ୍‌ଥ, ସେଫ୍‌ଟି ଆଣ୍ଡ ଏନ୍‌ଭଇରନ୍‌ମେଣ୍ଟ, ସଷ୍ଟେନେବିଲିଟି, କ୍ୱାଲିଟି ଆସ୍ୟୁରାନ୍ସ ଓ କ୍ୱାଲିଟି କଣ୍ଟ୍ରୋଲ, ପ୍ରୋସେସ୍‌ କଣ୍ଟ୍ରୋଲ ଗ୍ରୁପ୍‌ ଓ ଡିଷ୍ଟ୍ରିବ୍ୟୁଟେଡ୍‌ କଣ୍ଟ୍ରୋଲ ସିଷ୍ଟମ(ଡିସିଏସ୍‌) ଭଳି ବହୁ ଟେକ୍ନିକାଲ କ୍ଷେତ୍ରରେ କାମ କରିଥାନ୍ତି। ଟେକ୍ନିକାଲ ଫଙ୍କଶନ୍‌ ଭଳି ପୁରୁଷ ପ୍ରାଧାନ୍ୟ କ୍ଷେତ୍ରରେ କାମ କରି ଆମ ଜ୍ଞାନକୌଶଳ ଏବଂ ଦକ୍ଷତା ପ୍ରତି ମୁହୂର୍ତ୍ତରେ ବଢ଼ୁଥିବା କମ୍ପାନୀର ଟେକ୍ନିକାଲ୍‌ ସେଲ୍‌ ଇନ୍‌ଚାର୍ଜ ସସ୍ମିତା ସାମଲ କହିଥିବାବେଳେ ମହିଳାଙ୍କ ସୁରକ୍ଷା ଓ ସମାନତାକୁ ବେଦାନ୍ତ ସବୁବେଳେ ପ୍ରାଧାନ୍ୟ ଦେଉଥିବା ଝାରସୁଗୁଡା ପ୍ଲାଣ୍ଟର ମୁଖ୍ୟ ସିକ୍ୟୁରିଟି ଅଫିସର ହିମାନୀ ଥାପ୍ଲିୟାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri