ବେତନଟୀ ବିଜ୍ଞାପିତ ଅଞ୍ଚଳ ହେବା ନେଇ ଆଶା ସଞ୍ଚାର, ଉପଜିଲାପାଳଙ୍କୁ ମଗାଗଲା ତଥ୍ୟ

ବାରିପଦା ଅଫିସ,୧୯।୮- ଆୟତନ ଓ ଜନସଂଖ୍ୟା ହିସାବରେ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ। ଏହି ଜିଲାରେ ୨୬ ଟି ବ୍ଲକ ଥିବା ବେଳେ ଦୁଇଟି ପୌରାଞ୍ଚଳ (ବାରିପଦା ଓ ରାଇରଙ୍ଗପୁର) ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳ (ଉଦଳା ଓ କରଞ୍ଜିଆ) ରହିଛି। ତେବେ ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ ବେତନଟୀ ଅଞ୍ଚଳର ଆଖିଦୃଶିଆ ବିକାଶ ହେଉ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ଏଣୁ ଏହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଘୋଷଣା କରିବାକୁ ବହୁ ସଂଗଠନ ଓ ରାଜନୈତିକ ଦଳ ଦାବି କରିଆସୁଛନ୍ତି। ଏଥିପାଇଁ ବହୁ ଆନ୍ଦୋଳନ, ଗଣଧାରଣା ଓ ବିକ୍ଷୋଭ ମଧ୍ୟ ଅନୁଷ୍ଠିତ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ବେତନଟୀବାସୀ ଦାୟୀ କରୁଥିବା ବେଳେ କିନ୍ତୁ ଜିଲା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଏହା ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା ହୋଇପାରିନାହିଁ। ଏନେଇ ଗତ ୨୮ ଜୁଲାଇରେ ‘ଧରିତ୍ରୀ’ରେ ‘ବେତନଟୀକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ନେଇ ଅନିଶ୍ଚିତତା, ୮ ବର୍ଷ ହେଲା ସରକାରଙ୍କୁ ତଥ୍ୟ ଦେଉନି ପ୍ରଶାସନ’ ଶୀର୍ଷକରେ ଏକ ତଥ୍ୟ ଭିତ୍ତିକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହି ଘଟଣାରେ ବର୍ତ୍ତମାନ ଡିଷ୍ଟ୍ରିକ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି (ଡୁଡା) ଏନେଇ ତପତ୍ରତା ଦେଖାଇଛି। ଏହି ଏଜେନ୍ସିର ଚେୟାରମ୍ୟାନ ତଥା ଜିଲାପାଳ ବିନିତ ଭରଦ୍ୱାଜ ଚିଠି ନଂ.୫୯୧୩ (୬ା୮ା୨୦୧୯)ରେ ବେତନଟୀରେ ବିଜ୍ଞାପିତ ଅଞ୍ଚଳର ଗଠନ ହେବା ନେଇ ବାରିପଦା ଉପଜିଲାପାଳଙ୍କୁ ବିଭିନ୍ନ ସଦ୍ୟ ସଂଗୃହିତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେତନଟୀ ଅଞ୍ଚଳରୁ ବିଭିନ୍ନ କ୍ଷେତ୍ରରୁ ଆଦାୟ ହେଉଥିବା ରାଜସ୍ବ ସହିତ ବିଭିନ୍ନ ତଥ୍ୟ ମଗାଇଛନ୍ତି। ରାଜ୍ୟ ନଗର ଉନ୍ନୟନ ବିଭାଗର ଚିଠି ନଂ.୧୭୯୮୮ (୮ା୯ା୨୦୧୪) ଓ ଚିଠି ନଂ.୩୨୫୫୫ (୧୯ା୧୨ା୨୦୧୫) ଚିଠି ଆଧାରରେ ବିଭିନ୍ନ ତଥ୍ୟ ମାଗିଛନ୍ତି। ଏହା ସହିତ ଚିଠି ନଂ.୫୯୧୪ (୬ା୮ା୨୦୧୯)ରେ ବେତନଟୀ ବିଡିଓ ଓ ତହସିଲଦାରଙ୍କୁ ମଧ୍ୟ ନେଇ ସୂଚନା ପ୍ରଦାନ କରାଯାଇଛି। ଏହି ଖବର ଜଣାପଡିବା ପରେ ବେତନଟୀ ବିଜ୍ଞାପିତ ଅଞ୍ଚଳ ଗଠନ ହେବା ନେଇ ଆଶା ସଞ୍ଚାର ହୋଇଛି। ଉଲ୍ଲେଖ ଯୋଗ୍ୟ ଯେ, ବେତନଟୀ ଓ ସଠିଲୋ ପଞ୍ଚାୟତର କିଛିି ଗ୍ରାମକୁ ନେଇ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାକୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ପ୍ରସ୍ତାବ ଦେଇ ଦାବି କରିଥିଲେ। ପରେ ରାଜ୍ୟ ସରକାର ମୟୂରଭଞ୍ଜ ଜିଲାପାଳଙ୍କୁ ଏ ସମ୍ପର୍କରେ ତଥ୍ୟ ମାଗିଥିଲେ। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ବେତନଟୀ ତହସିଲଦାର ୨୦୧୧ ଫେବୃୟାରୀ ୨୨ ତାରିଖରେ ଚିଠି ନଂ.୨୪୪୪ରେ ବିସ୍ତୃତ ଭାବେ ତଥ୍ୟ ଦେଇଥିଲେ। ଇତି ମଧ୍ୟରେ ୮ ବର୍ଷ ହୋଇଯାଇଥିଲେ ମଧ୍ୟ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇ ନାହିଁ।
ଅନ୍ୟପକ୍ଷରେ ଗତ ୨୩ ତାରିଖରେ ବଡସାହି ବିଧାୟକ ସନାତନ ବିଜୁଳି ବିଧାନସଭାରେ ଏ ନେଇ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ଓଡ଼ିଶା ପୌର ଅଧିନିୟମ ୧୯୫୦ର ଧାରା ୪ ରେ ଥିବା ସର୍ତ୍ତ ଏବଂ ଆନୁସଙ୍ଗିକ ବିଷୟକୁ ବିଚାରକୁ ନେଇ ସରକାର ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଥାନ୍ତି। ଉକ୍ତ ନିୟମ ଅନୁଯାୟୀ ବେତନଟୀକୁ ବିଜ୍ଞାପିତ ଅଞ୍ଚଳ ଗଠନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ମୟୂରଭଞ୍ଜ ଜିଲାପାଳଙ୍କୁ ମଗାଯାଇଥିବା ବେଳେ ଏହା ଏପର୍ଯ୍ୟନ୍ତ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି କହିଥିଲେ। ଜିଲା ପ୍ରଶାସନର ଅବହେଳା କାରଣରୁ ବେତନଟୀ ବିଜ୍ଞାପିତ ଅଞ୍ଚଳ ହେବାରେ ବିଳମ୍ବିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ସମସ୍ତ ଆବଶ୍ୟକୀୟ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri