ବେଜୋସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରିଥିଲେ ଏମ୍‌ବିଏସ୍‌

ଡାଭୋସ୍‌,୨୪ା୧:୨୦୧୮ ଅକ୍ଟୋବରରେ ତୁର୍କୀସ୍ଥିତ ଇସ୍ତାନବୁଲ ଦୂତାବାସରେ ‘ଓ୍ବାଶିଂଟନ ପୋଷ୍ଟ’ ଖବରଦାତା ଜମାଲ କାଶୋଗୀଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏହା ପରଠୁ ବିଦେଶୀ ପୁଞ୍ଜିନିବେଶ ବଢ଼ାଇ ସୌଦି ଆରବର ଅର୍ଥନୀତିକୁ ଅଧିକ ମଜଭୁତ କରିବା ପାଇଁ ସଲ୍‌ମାନଙ୍କ ଉଦ୍ୟମକୁ ଝଟ୍‌କା ଲାଗିଥିବାବେଳେ ସଦ୍ୟ ପ୍ରଘଟ ସୌଦିର ଭବିଷ୍ୟତ ରାଜାଙ୍କୁ ପୁଣିଥରେ ସନ୍ଦେହ ଘେରକୁ ଟାଣିନେଇଛି।

ଆମାଜନ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେଫ୍‌ ବେଜୋସ୍‌ଙ୍କ ମୋବାଇଲ୍‌ ଫୋନ୍‌କୁ ୨୦୧୮ରେ ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ(ଏମ୍‌ବିଏସ୍‌) ହ୍ୟାକ୍‌ କରିଥିଲେ। ଏମ୍‌ବିଏସ୍‌ଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବେଜୋସ୍‌ଙ୍କ ଫୋନ୍‌କୁ ହ୍ବାଟ୍ସଆପ୍‌ ଜରିଆରେ ଏକ ବିପଜ୍ଜନକ ଭିଡିଓ ଫାଇଲ ଯିବା ପରେ ଏପରି କରାଯାଇଥିବା କୁହାଯାଉଛି। ଅଭିଯୋଗକୁ ସୌଦି ଆରବ ପକ୍ଷରୁ ଖଣ୍ଡନ କରାଯାଇଥିବାବେଳେ ଜାତିସଂଘ ବିଶେଷଜ୍ଞମାନେ ଏହାର ତଦନ୍ତ ଦାବି କରିଛନ୍ତି। ଏହି ବିଷୟ ସାମ୍ନାକୁ ଆସିବା ପରେ ବିଶ୍ୱବ୍ୟାପୀ ହଟଚମଟ ସୃଷ୍ଟି ହୋଇଛି।
ସୌଦି ପ୍ରିନ୍ସ ଏମ୍‌ବିଏସ୍‌ ଏବଂ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବେଜୋସ୍‌ଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ ଜରିଆରେ ମେସେଜ୍‌ ଆଦାନପ୍ରଦାନ ଚାଲିଥିଲା। ସେହିବର୍ଷ ମେ ୧ରେ ଏକ ଅନ୍‌ସୋଲିସିଟେଡ୍‌ ବା କରଫ୍ଟ ଫାଇଲ୍‌ ବେଜୋସ୍‌ଙ୍କ ମୋବାଇଲ ଫୋନ୍‌କୁ ଆସିଥିଲା। ଉକ୍ତ ଫାଇଲ୍‌ ପହଞ୍ଚତ୍ବା ପରେ ବେଜୋସ୍‌ଙ୍କ ମୋବାଇଲରୁ ବହୁ ଡାଟା ସ୍ଥାନାନ୍ତର ହୋଇଥିଲା। ତେଣୁ ଏମ୍‌ବିଏସ୍‌ଙ୍କ ଆକାଉଣ୍ଟରୁ ବେଜୋସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରାଯାଇଥିବା ନେଇ ‘ଯଥାର୍ଥ ଭାବେ ନିଶ୍ଚିତ’ ପ୍ରମାଣ ପାଇଥିତ୍ବା ଜାତିସଂଘର ତଦନ୍ତକାରୀମାନେ କହିଛନ୍ତି। ଏହି ପ୍ରସଙ୍ଗରେ ତୁରନ୍ତ ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏମ୍‌ବିଏସ୍‌ଙ୍କ ଫୋନ୍‌କୁ ଏକ ଜରିଆ ଭାବେ ବ୍ୟବହାର କରାଯାଇଥିଲା। କାରଣ ତାଙ୍କ ମାଧ୍ୟମରେ ବେଜୋସ୍‌ଙ୍କ ଫୋନ୍‌କୁ ମେସେଜ୍‌ ଗଲେ ସନ୍ଦେହ ସୃଷ୍ଟି ହେବନାହିଁ ବୋଲି ମନେକରାଯାଉଥିଲା। ସୌଦି କ୍ରାଉନ୍‌ ପ୍ରିନ୍ସ ନିଜେ ଆମାଜନ ପ୍ରତିଷ୍ଠାତାଙ୍କ ଫୋନ୍‌କୁ ହ୍ୟାକ୍‌ କରିଥାଇପାରନ୍ତି ବୋଲି ଜାତିସଂଘର ତଦନ୍ତକାରୀ ଅଗ୍‌ନେସ୍‌ କାଲାମର୍ଡ ମତ ଦେଇଛନ୍ତି। ନ୍ୟାୟ ବହିର୍ଭୂତ ହତ୍ୟା ମାମଲାର ବିଶେଷଜ୍ଞ କାଲାମର୍ଡ ଏହା ପୂର୍ବରୁ ୨୦୧୮ ଅକ୍ଟୋବରରେ ତୁର୍କୀର ଇସ୍ତାନବୁଲସ୍ଥିତ ସୌଦି ଦୂତାବାସରେ ‘ଓ୍ବାଶିଂଟନ ପୋଷ୍ଟ’ ସ୍ତମ୍ଭକାର ଖାଶୋଗୀଙ୍କ ହତ୍ୟାରେ ରିୟାଧର ଭୂମିକାକୁ ନେଇ ମଧ୍ୟ ତଦନ୍ତ କରିସାରିଛନ୍ତି। ସେହିପରି ଜାତିସଂଘର ଅନ୍ୟତମ ତଦନ୍ତକାରୀ ଡାଭିଡ୍‌ କାୟେ ମାନବାଧିକାର ସୁରକ୍ଷାକାରୀ ଓ ଖବରଦାତାମାନଙ୍କୁ ଭୟଭୀତ କରି ସେମାନଙ୍କ ଉପରେ ନଜର ରଖିବା ପାଇଁ ମାଲିସୟସ୍‌ ସ୍ପାଏଓ୍ବେରର ବଢ଼ିଚାଲିଥିବା ବେଆଇନ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ଉଭୟ ଅଗ୍‌ନେସ୍‌ ଓ କାୟେ ଜାତିସଂଘ ପକ୍ଷରୁ ନିଯୁକ୍ତ କର୍ମଚାରୀ ନୁହନ୍ତି, ବରଂ ଏହି ଅନ୍ତର୍ଜାତୀୟ ସଙ୍ଗଠନର ମାନବାଧିକାର ଶାଖାର ସ୍ବାଧୀନ ବିଶେଷଜ୍ଞ।
ଅମାଜନ୍‌ ସିଇଓ ବେଜୋସ୍‌ ହେଉଛନ୍ତି ‘ଓ୍ବାଶିଂଟନ ପୋଷ୍ଟ’ ମାଲିକ। ଏହି ଖବରକାଗଜରେ ଖବରଦାତା ଭାବେ କାମ କରୁଥିଲେ ଜମାଲ ଖାଶୋଗୀ। ମାନବାଧିକାରୀ କର୍ମୀଙ୍କ ପ୍ରତି ରିୟାଧର ବ୍ୟବହାର ଏବଂ ୟେମେନ ଯୁଦ୍ଧକୁ ନେଇ କ୍ରାଉନ୍ସ ପ୍ରିନ୍ସ ଓ ସୌଦି ଆରବ ସମ୍ପର୍କରେ ‘ଓ୍ବାଶିଂଟନ ପୋଷ୍ଟ’ରେ ସମାଲୋଚନାମୂଳକ ଖବର ପ୍ରକାଶ ପାଇଥାଏ। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନାମରେ ମଧ୍ୟ ଏଥିରେ ଅନେକ ରିପୋର୍ଟ ବାହାରିଥାଏ। ହ୍ୟାକ୍‌ ସମୟରେ ‘ଓ୍ବାଶିଂଟନ ପୋଷ୍ଟ’ର ଜଣେ ପ୍ରମୁଖ ସ୍ତମ୍ଭକାର ଏମ୍‌ବିଏସ୍‌ଙ୍କ ବିରୋଧରେ ଲେଖିଥିଲେ। ଅନ୍ୟପକ୍ଷରେ ବେଜୋସ୍‌ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଲରେନ୍‌ ସାନ୍‌ଚେଜ୍‌ଙ୍କ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ କେତେକ ମେସେଜ୍‌କୁ ନେଇ ଆମେରିକାର ଏକ ଖବରକାଗଜର ମୁଖ୍ୟ କାର୍ଯ୍ୟନିର୍ବାହୀ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିବା ନେଇ ନିକଟରେ ବେଜୋସ୍‌ ନିଜ ବ୍ଲଗ୍‌ ପୋଷ୍ଟରେ ଉଲ୍ଲେଖ କରିଥିଲେ। ବେଜୋସ୍‌ଙ୍କ ମତରେ ‘ଓ୍ବାଶିଂଟନ ପୋଷ୍ଟ’ରେ ତାଙ୍କର ନିବେଶ ଯୋଗୁ ସେ କେତେଜଣ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଶତ୍ରୁ ପାଲଟିଯାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍‌। ପରବର୍ତ୍ତୀ ସମୟରେ ବେଜୋସ୍‌ଙ୍କ ସୁରକ୍ଷା ମୁଖ୍ୟ କହିଥିଲେ, ସୌଦି ସରକାର ତାଙ୍କ ବସ୍‌ଙ୍କ ଫୋନ୍‌କୁ ଆୟତ୍ତ କରିନେଇଛି। ‘ନ୍ୟାଶନାଲ ଏନ୍‌କ୍ୱାରିୟର୍‌’ ନାମକ ଖବରକାଗଜ ବେଜୋସ୍‌ଙ୍କ ବିବାହ ବହିର୍ଭୂତ ସମ୍ପର୍କ ନେଇ କେତେକ ଷ୍ଟୋରି ପ୍ରକାଶ କରିବା ସମୟରେ ବିଶ୍ୱର ଏହି ଧନୀ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ପରେ ନ୍ୟୁୟର୍କ ଟାଇମ୍ସରେ ଆଉ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ‘ନ୍ୟାଶନାଲ ଏନ୍‌କ୍ୱାରିୟର୍‌’ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଡାଭିଡ୍‌ ପେକର୍‌ ୨୦୧୭ରେ ଏମ୍‌ବିଏସ୍‌ଙ୍କୁ ଭେଟିଥିବା ଉଲ୍ଳେଖ କରାଯାଇଥିଲା। ଟ୍ରମ୍ପ୍‌ଙ୍କ ଜଣେ ଘନିଷ୍ଠ ସହଯୋଗୀ ମଧ୍ୟ ବେଜୋସ୍‌ଙ୍କ ବିରୋଧରେ ‘ନ୍ୟାଶନାଲ ଏନ୍‌କ୍ୱାରିୟର୍‌’ର ରିପୋର୍ଟକୁ ଟୁଇଟ୍‌ କରିଥିଲେ।
ଏଠାରେ ପ୍ରଶ୍ନ ଉଠେ ଯେ, ହ୍ୟାକର୍ସମାନେ ପ୍ରମାଣ ଲିଭାଇଦେଇଥିଲେ କି। ହଁ ହ୍ୟାକର୍ସ ଏପରି ମାଲ୍‌ଓ୍ବେର ଖଞ୍ଜିଥିଲେ, ଯାହା ଲୁକ୍କାୟିତ ଭାବେ ସମ୍ବେଦନଶୀଳ ତଥ୍ୟ କମାଣ୍ଡ ସର୍ଭର୍ସ ନିକଟକୁ ପଠାଇବା ପରେ ସ୍ବତଃ ଉଡ଼ିଯାଏ। ‘ପେଗାସସ୍‌’ ନାମକ ମୋବାଇଲ୍‌ ସ୍ପାଏଓ୍ବେର୍‌କୁ ଇସ୍ରାଏଲ୍‌ର ହ୍ୟାକର୍ସମାନେ ପ୍ରସ୍ତୁତ କରିଛନ୍ତି। ହାୟର୍‌ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ପାଇଁ ଡିଜାଇନ୍‌ କରାଯାଇଥିବା ଏହି ମାଲ୍‌ଓ୍ବେର୍‌କୁ ସୌଦି ଆରବ ବ୍ୟବହାର କରିଥିଲା। ବେଜୋସ୍‌ଙ୍କ ମୋବାଇଲ୍‌ ହ୍ୟାକ୍‌ କରିବାର କିଛି ଦିନ ମଧ୍ୟରେ ସୌଦି ଆରବ ଏହାକୁ ସମାଲୋଚକ ଓ ମାନବାଧିକାର କର୍ମୀଙ୍କ ବିରୋଧରେ ଉପଯୋଗ କରିଥିଲା। ତେବେ ଏଭଳି ଅଭିଯୋଗକୁ ବୁଧବାର ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ଖଣ୍ଡନ କରାଯାଇଛି। ସୌଦି ଅଧିକାରୀମାନେ ମଧ୍ୟ ସଦ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଜେଫ୍‌ ବେଜୋସ୍‌ଙ୍କ ଫୋନ୍‌ ହ୍ୟାକିଂ ପଛରେ ରିୟାଧର ହାତ ଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ସଦସ୍ୟ ରିପୋର୍ଟଗୁଡ଼ିକ ଭିତ୍ତିହୀନ ବୋଲି ସୌଦି ଆରବୀୟ ଦୂତାବାସ ନିଜ ଟୁଇଟର୍‌ ଆକାଉଣ୍ଟରେ ବିବୃତି ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri