Posted inଜାତୀୟ

ବେଙ୍ଗାଲୁରୁ ବିଶ୍ୱର ସବୁଠୁ ଅଧିକ ଟ୍ରାଫିକ୍‌ ଥିବା ସହର

ବେଙ୍ଗଲୁରୁ,୩୦।୧: ବିଶ୍ୱର ୧୦ଟି ସବୁଠୁ ଅଧିକ ଟ୍ରାଫିକ୍‌ ଥିବା ସହର ମଧ୍ୟରେ ଭାରତର ୪ଟି ସହର ସ୍ଥାନ ପାଇଛି। ସେଗୁଡିକ ହେଲା ବେଙ୍ଗାଲୁରୁ, ମୁମ୍ବାଇ, ପୁନେ ଏବଂ ଦିଲ୍ଲୀ। ନିକଟରେ ନେଦରଲାଣ୍ଡର ଟ୍ରାଫିକ୍‌ ଇଣ୍ଡେକ୍ସ ସଂସ୍ଥା ‘ଟମଟମ୍‌’ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି। ବେଙ୍ଗାଲୁରୁ ବିଶ୍ୱର ସବୁଠୁ ଅଧିକ ଟ୍ରାଫିକ ଥିବା ସହର ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହି ସହରରେ ଟ୍ରାଫିକ୍‌ରେ ଯାତ୍ରୀମାନେ ୭୧ପ୍ରତିଶତ ଅଧିକ ସମୟ ଫଶିରହୁଛନ୍ତି ବୋଲି ଉକ୍ତ ସର୍ଭେରେ କୁହାଯାଇଛି। ଲାଇଭ୍‌ ଟ୍ରାକିଙ୍ଗ୍‌ ସିଷ୍ଟମ ଅନୁଯାୟୀ, ବର୍ତ୍ତମାନ ଏହି ସହରରେ ୨୯୧ ଯାଗାରେ ଟ୍ରାଫିକ୍‌ ଜାମ୍‌ ରହୁଛି। ଯାହା ୧୪୫.୭ କିମି ପର୍ଯ୍ୟନ୍ତ ବ୍ୟାପି ରହିଛି। ଶୁକ୍ରବାର ୭ଟାରୁ ୮ଟା ମଧ୍ୟରେ ବେଶୀ ଟ୍ରାଫିକ୍‌ ଭିଡ ପରିଲକ୍ଷିତ ହେଉଛି। ୨୦୧୯ରେ ଯାତ୍ରୀମାନେ ୨୪୩ ଘଣ୍ଟା ଟ୍ରାଫିକ୍‌ରେ ବିତାଇଛନ୍ତି। ଯେତିକି ସମୟ ସେମାନେ ଟ୍ରାଫିକ୍‌ରେ ବିତାଉଛନ୍ତି ସେହି ସମୟ ମଧ୍ୟରେ ୨୪୪ଟି ଗଛ ଲଗାଯାଇପାରିବ ଏବଂ ୧୩୯ଟି ଫୁଟବଲ୍‌ ମ୍ୟାଚ୍‌ ମଧ୍ୟ ଦେଖାଯାଇପାରିବ। ଅଧିକ ଟ୍ରାଫିକ୍‌ ଥିବା ସହର ତାଲିକାର ଦ୍ୱିତୀୟରେ ରହିଛି ଫିଲିପାଇନ୍ସର ମାନିଲା। ସେହିପରି ଏହି ତାଲିକାର ଚତୁର୍ଥ ସ୍ଥାନରେ ମୁମ୍ବାଇ, ପୁନେ ପଞ୍ଚମ ଏବଂ ଦିଲ୍ଲୀ ଷଷ୍ଠ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri