ବେଆଇନ ବାଲି ଚାଲାଣ ଅଭିଯୋଗ, ୭ ଗିରଫ: ୬ ଗାଡି, ମ୍ୟାଜିକ୍‌ ପେନ୍‌ ସହ ରସିଦ ବହି ଜବତ

ଆସିକା,୧୬ା୧୨ (ଡି.ଏନ୍‌.ଏ.)-ଆସିକା ଏନ୍‌ଏସି ସୁନାମ୍ବ ସାହି ଋଷିକୂଲ୍ୟା ନଦୀ ବାଲିଘାଟରୁ ବେଆଇନଭାବେ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗରେ ଶନିବାର ରାତିରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆସିକା ପାକଲାପଲ୍ଲୀର କୈଳାସ ପ୍ରଧାନ, ବରଗାଁର ଜୟ କୁମାର ଦାସ, ବୁଗୁଡା ଅନ୍ତରପଡାର ରଙ୍କନିଧି ଗୌଡ, ବୁଢାମ୍ବ ଗ୍ରାମର ଧ୍ରୁବ ମହାରଣା, ଆସିକା ଗଣ୍ଡପଲ୍ଲୀର ସୟ ଦାସ, ଭୋଗଡା ଖଦାଳ ସାହିର ଧ୍ରୁବ ନାଇକ ଓ ନନ୍ଦିଘର ଗ୍ରାମର ଜନାର୍ଦ୍ଦନ ପ୍ରଧାନ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨ଟି ହାଇୱା, ୨ଟି ଟ୍ରାକ୍ଟର, ଗୋଟିଏ ମିନିଟ୍ରକ୍‌, ଗୋଟିଏ ଜେସିବି ଏଭଳି ମୋଟି ୬ଟି ଗାଡି ସହ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ୩ଟି ଟ୍ରାଞ୍ଜିଟ୍‌ ପାସ୍‌ ବହି, ୩ଟି ଡ୍ରାଇଭିଂ ଲାଇସେନ୍ସ ଓ ଦୁଇଟି ମ୍ୟାଜିକ୍‌ ପେନ୍‌ ଜବତ କରିଛି। ରବିବାର ମଧ୍ୟାହ୍ନରେ ଆସିକା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏହି ସୂଚନା ଦେଇଛନ୍ତି। ତେବେ ଏହି ବାଲି ଘାଟର ପ୍ରକୃତ ଗୁତାଦାର ଫେରାର ଥିବାରୁ ତାଙ୍କୁ ଗିରଫ ଲାଗି ପୋଲିସ ଉଦ୍ୟମ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ସରକାରଙ୍କ ଦ୍ୱାରା ବାଲିଘାଟ ଗୁତାଦାରଙ୍କୁ ଯୋଗାଇ ଦିଆଯାଇଥିବା ୱାଇ ଫର୍ମକୁ ଅଭିଯୁକ୍ତମାନେ ମ୍ୟାଜିକ୍‌ ପେନ ଦ୍ୱାରା ଲେଖୁଥିଲେ ଏବଂ ଏହି ପେନର ଲେଖା ସବୁ ସାମାନ୍ୟ ଗରମରେ ଲିଭିଯାଇଥିବାରୁ ସେହି ପୁରୁଣା ରସିଦରେ ପୁଣି ନୂତନ ତାରିଖରେ ନୂତନ ନାମ ଦେଇ ଜାଲିଆତି କରି ରସିଦ ବ୍ୟବହାର କରାଯାଉଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ଏହାଛଡା ନଦୀର ଏକ ନିର୍ଦ୍ଧାରିତ ସ୍ଥାନରୁ ବାଲି ଉଠାଣ ଲାଗି ରାଜସ୍ବ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଥିବାବେଳେ ଗୁତାଦାର ଅଧିକ ଜାଗାର ବାଲି ଉଠାଇ ଚାଲାଣ କରୁଥିବା ତଦନ୍ତବେଳେ ପୋଲିସ ଜାଣିପାରିଛି। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କ ସହ ଯୋଗାଯୋଗ କରି ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି। ଏନେଇ ଆସିକା ଥାନାରେ ନଂ.୪୮୦/୧୯ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ପାଇପ୍‌ ଫାଟି ରାସ୍ତାରେ ବନ୍ୟା: ଚିନ୍ତାରେ ପଡ଼ାବାସୀ

ଲୋଇସିଂହା,୧୧।୧୨(ସୁଶାନ୍ତ ବାରିକ): ଲୋଇସିଂହାଶକ୍ତି ନଗର ପଡାରେ ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri