ବେଆଇନ ପିଚୁ ପ୍ଲାଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୧୭।୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନରେ ଥିବା ୫ଟି ବେଆଇନ ପିଚୁ ପ୍ଲାଣ୍ଟକୁ ବନ୍ଦ କରିବାକୁ ଯାଜପୁର ଜିଲାପାଳ ଦୁଇଟି ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଛନ୍ତି। ଏହାକୁ ଧର୍ମଶାଳା ତହସିଲଦାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପରିଚାଳନା କରିବେ। ବେଆଇନ ପିଚୁ ପ୍ଲାଣ୍ଟଗୁଡିକର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଓ ମେଶିନାରୀ ସାମଗ୍ରୀ ଜବତ କରିବା ସହ ବନ୍ଦ କରିବାକୁ ଏହି ସ୍ବତନ୍ତ୍ର ସ୍କ୍ବାର୍ଡ କାର୍ଯ୍ୟ କରିବ। ବେଆଇନ ପିଚୁ ପ୍ଲାଣ୍ଟଗୁଡ଼ିକର ବନ୍ଦ ଅଗ୍ରଗତି ରିପୋର୍ଟ ଥରକୁ ଥର ଜଣାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁର ଜିଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ ତରଙ୍ଗିଆ ପଞ୍ଚାୟତ ଅଞ୍ଚଳର ରଥିଆ, ସାରୋଇ, ମାଣ୍ଡିଆ, ବାଲିସାହି ଆଦି ସ୍ଥାନରେ ବିନା ପରିବେଶ ମଞ୍ଜୁରିରେ ଦୀର୍ଘଦିନ ହେଲା ପିଚୁ ପ୍ଲାଣ୍ଟ ଚାଲି ଆସୁଛି ା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ଏସ୍‌ପିସିବି ଆଞ୍ଚଳିକ କାର୍ଯ୍ୟାଳୟରୁ ବନ୍ଦ ନୋଟିସ ଦେବା ପରେ ବି ପିଚୁ ପ୍ଲାଣ୍ଟ ମାଲିକ ଖାତିର କରୁନାହାନ୍ତି। ଦିନ ଦ୍ୱିପହରରେ ପିଚୁ ଉପତ୍ାଦନ ଜାରି ରହିଛି। ଏହାପରେ ବି ଏସ୍‌ପିସିବି ଓ ଜିଲା ପ୍ରଶାସନ ନୀରବ ରହି ଆସୁଥିଲା। ଏସଂକ୍ରାନ୍ତରେ ଧରିତ୍ରୀରେ ନିୟମିତ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ଚେତା ପଶିଛି। ଏହିସବୁ ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ବତନ୍ତ୍ର ସ୍କ୍ବାର୍ଡ-୧ରେ ଏସ୍‌ପିସିବିର ପରିବେଶ ଯନ୍ତ୍ରୀ ମଦନମୋହନ ସାହୁ, ଡଙ୍କାରୀ ରାଜସ୍ବ ନୀରିକ୍ଷକ ସୁଶାନ୍ତ କୁମାର ସ୍ବାଇଁ, ଧର୍ମଶାଳା ତହସିଲ ଅମିନ ହିତେଶ ସାମଲ, ଧର୍ମଶାଳା ତହସିଲ ପିଅନ ମଦନମୋହନ ବାରିକ, ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଳ ଅଗ୍ରୱାଲ ରହିଥିବାବେଳେ ତହସିଲଦାର ସରୋଜ କୁମାର ପଣ୍ଡା ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଛନ୍ତି। ସେହିପରି ୨ ନମ୍ବର ସ୍କ୍ବାର୍ଡରେ ଏସ୍‌ପିସିବି ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା, ଆରୁହାର ସହକାରୀ ରାଜସ୍ବ ନୀରିକ୍ଷକ ଜଗବନ୍ଧୁ ଜେନା, ଧର୍ମଶାଳା ତହସିଲ ଅମିନ ମାନସ କୁମାର ବେଜ, ଅଭିମନ୍ୟୁ ବାରିକ, ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତିଙ୍କୁ ସାମିଲ କରାଯାଇଥିବାବେଳେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଛନ୍ତି ା ତେବେ ବେଆଇନ ପିଚୁ ପ୍ଲାଣ୍ଟଗୁଡିକୁ ଚଢ଼ାଉ କରାଯାଇ କେବେ ବନ୍ଦ କରାଯିବ ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ। ଜିଲାପାଳ ରଞ୍ଜନ କୁମାର ଦାସ ଧର୍ମଶାଳା ତହସିଲଦାର ଓ ଏସପିସିବିର ଆଞ୍ଚଳିକ ଅଧିକାରୀଙ୍କୁ ଚଢାଉ ତାରିଖ ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ପିସିବି ପତ୍ରସଂଖ୍ୟା ୧୬୬୨/୫ା୯ା୨୦୧୯ ଓ ୩୨୫/୧୨ା୨ା୨୦୧୯ରେ ଯାଜପୁର ଜିଲାପାଳଙ୍କୁ ବେଆଇନ ଭାବେ ଚାଲିଥିବା ପିଚୁ ପ୍ଲାଣ୍ଟଗୁଡିକୁ ବନ୍ଦ କରିବାକୁ ସୂଚିତ କରାଯାଇଥିଲା। ଏସ୍‌ପିସିବି ପତ୍ରର ପ୍ରାୟ ୪୦ଦିନ ପରେ ଜିଲାପାଳଙ୍କ ପକ୍ଷରୁ ତପତ୍ରତା ପ୍ରକାଶ ପାଇ ସ୍କ୍ବାର୍ଡ ଗଠନ କରାଯାଇଛି। ଜାତୀୟ ରାଜପଥ ଓ ଜନବସତି ଅଞ୍ଚଳରେ କେତେକ ପ୍ରଭାବଶାଳୀ ଲୋକ ପିଚୁ ପ୍ଲାଣ୍ଟ ସ୍ଥାପନ କରି ପରିବେଶଗତ ସମସ୍ୟାକୁ ଦ୍ୱିଗୁଣିତ କରୁଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ୨୦୧୭ ନଭେମ୍ବର ମାସରୁ ଏହି ବେଆଇନ ପିଚୁ ପ୍ଲାଣ୍ଟଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ଆସୁଛି। କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ଏଯାଏ ନିଆଯାଇ ପାରିନାହିଁ। ଏଭଳିସ୍ଥିତିରେ ଏବେ ଗଠିତ ସ୍କ୍ବାର୍ଡ ପିଚୁ ପ୍ଲାଣ୍ଟ ବନ୍ଦ କରିବାରେ ସକ୍ଷମ ହୋଇ ପାରିବ କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବେଆଇନ ପିଚୁ ପ୍ଲାଣ୍ଟଗୁଡ଼ିକ ଚଳାଇବାରେ କେତେକ ପ୍ରଭାବଶାଳୀ ରାଜନେତାଙ୍କ ହାତ ରହିଥିବା କୁହାଯାଉଛି। ଏସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ପିଚୁ ପ୍ଲାଣ୍ଟଗୁଡିକୁ ବନ୍ଦ କରିବାକୁ ଜିଲାପାଳଙ୍କୁ ସୂଚିତ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri