Categories: ଗଞ୍ଜାମ

ବେଆଇନ ପଥର, ବାଲି ଚାଲାଣ ବେଳେ ଚଢ଼ାଉ: ୧ଲକ୍ଷ ୪୪ ହଜାର ଆଦାୟ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଓ ପଥର ଚାଲାଣ ହେଉଥିଲା। ସୋମବାର ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୋଭନ କୁମାର ବେହେରାଙ୍କ ସହ ଅନ୍ୟ କର୍ମଚାରୀମାନେ ଅଚାନକ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ୧୧ଟି ଗାଡିରୁ ଜରିମାନା ବାବଦରେ ୧ ଲକ୍ଷ ୪୪ ହଜାର ଟଙ୍କା ଆଦାୟ କରାଯାଇଥିବା ତହସିଲଦାର ନାୟକ କହିଛନ୍ତି । ଏହି ଚଢ଼ାଉକୁ ନେଇ ପଥର ଓ ବାଲିମାଫିଆଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।