ବେଆଇନ ପଥର ଖଣି ମାମଲା:ମହମ୍ମଦ ତାବ୍ରେଜ କଲିକତା ବିମାନବନ୍ଦରରୁ ଗିରଫ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ଖୋର୍ଦ୍ଧା ବେଆଇନ ପଥର ଖଣି ଓ ଚୋରା ଚାଲାଣ ଘଟଣାର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ତଥା ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଥିବା ମହମ୍ମଦ ତାବ୍ରେଜଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କଲିକତାରୁ ଗିରଫ କରିଛି। ସେ ନିଜ ସ୍ତ୍ରୀଙ୍କ ସହ ଥାଇଲାଣ୍ଡ ଲୁଚି ପଳାଉଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ତାଙ୍କୁ କଲିକତା ନେତାଜୀ ସୁଭାଷଚନ୍ଦ୍ର ବୋଷ ବିମାନବନ୍ଦରରୁ ଧରିବାରେ ସକ୍ଷମ ହୋଇଛି। ତାଙ୍କ ନିକଟରୁ ପାସ୍‌ପୋର୍ଟ ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଗିରଫ ପରେ ତାବ୍ରେଜଙ୍କୁ ଏସ୍‌ଟିଏଫ୍‌ କଲିକତା ବାରାକପୁର କୋର୍ଟରେ ହଜାର କରିବା ପରେ ଭୁବନେଶ୍ୱରକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଥିଲା। ତାଙ୍କ ବିରୋଧରେ ଏସ୍‌ଟିଏଫ୍‌ କେସ୍‌ ନଂ.୭/୧୯, ଦଫା ୩୭୯, ୪୧୧, ୪୨୦, ୪୬୭, ୪୬୮, ୪୭୧, ୧୨୦(ବି), ୩୪ ଆଇପିସି ଏବଂ ୨୫/୨୭ ଆମର୍‌ସ ଆକ୍ଟ ଲଗାଯାଇଛି। ମଙ୍ଗଳବାର ତାଙ୍କୁ ଖୋର୍ଦ୍ଧା କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାତକୁ ପଠାଇ ଦିଆଯାଇଛି।
ମହମ୍ମଦ ତାବ୍ରେଜର ଘର ତ୍ରିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁରରେ ହୋଇଥିବାବେଳେ ସେ ଭୁବନେଶ୍ୱର ହଂସପାଳସ୍ଥିତ ମେଟ୍ରୋ ସାଟେଲାଇଟ୍‌ ଆପାର୍ଟମେଣ୍ଟରେ ରହୁଥିଲେ। କିଶନନଗର ଥାନା ପୋଲିସ ପାଇଁ ତାବ୍ରେଜ ମୋଷ୍ଟ ଓ୍ବାଣ୍ଟେଡ ଥିଲେ। ଖୋର୍ଦ୍ଧା ବେଆଇନ ପଥର ଖନନ ଓ ଚୋରା ଚାଲାଣ ମାମଲାର ତଦନ୍ତ କରୁଥିବା ଏସ୍‌ଟିଏଫ୍‌ ଗିରଫ କରିଥିବା କେତେଜଣ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ତାବ୍ରେଜଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏସ୍‌ଟିଏଫ୍‌ ତାଙ୍କୁ ଧରିବାକୁ ଉଦ୍ୟମ କରୁଥିବା ଜାଣିବା ପରେ ସେ କଲିକତା ପଳାଇଯାଇଥିଲେ। ସେଠାରୁ ସ୍ତ୍ରୀଙ୍କ ସହ ଥାଇଲାଣ୍ଡ ପଳାଇଯିବାକୁ ଉଦ୍ୟମ କରୁଥିଲେ। ଏସ୍‌ଟିଏଫ୍‌ ଫୋନ୍‌ ନମ୍ବର ଟ୍ରାକିଂ କରି ସେ କଲିକତାରେ ଥିବା ଜାଣିବା ପରେ ସବୁ ବିମାନବନ୍ଦରରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଦେଇଥିଲେ। ଏଥିସହ ଏସ୍‌ଟିଏଫ୍‌ ଟିମ୍‌ କଲିକତା ବିମାନବନ୍ଦରରେ ଜଗି ରହିଥିଲେ। ସେ ବିମାନ ବନ୍ଦର ଭିତରକୁ ପଶିବା ସମୟରେ ତାଙ୍କୁ କାବୁକରି ନିଆଯାଇଥିଲା।

କ୍ରିକେଟ ଜଗତରୁ ଅପରାଧ ଦୁନିଆ
ତାବ୍ରେଜ ଜଣେ ଭଲ କ୍ରିକେଟ୍‌ ଖେଳାଳି ଥିଲେ। ସେ ଭଲ୍‌ ବ୍ୟାଟିଂ କରିବା ସହ ବୋଲିଂ କରନ୍ତି। ଏଥିପାଇଁ ସେ ଓଡିଶାରୁ ଇଣ୍ଡିଆ ଅଣ୍ଡର ୧୯ କ୍ରିକେଟ ଟିମ୍‌ରେ ସାମିଲ ହୋଇଥିଲେ। ଏପରି କି ସେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଖେଳିଥିବା କୁହାଯାଉଛି। ହେଲେ ସମୟକ୍ରମେ ସେ କେନ୍ଦ୍ରାପଡାର ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କ ସଂସ୍ପର୍ଶରେ ଆସି ଅପରାଧ ଦୁନିଆରେ ପାଦ ଦେଇଥିଲେ। ଉକ୍ତ ଗ୍ୟାଙ୍ଗ୍‌ଷ୍ଟର ଜଣକ ମହମ୍ମଦ ତାବ୍ରେଜଙ୍କୁ ନାନା ଅପରାଧରେ ସାମିଲ୍‌ କରିବା ସହ ଖୋର୍ଦ୍ଧାରେ ପଥର ଖନନ କରି ଚୋରାରେ ବିକ୍ରି କରୁଥିଲେ। ରାତିରେ ପଥର ଖାଦାନରେ ବିସ୍ଫୋରଣ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ବିରୋଧକୁ ଦମନ ଦାୟିତ୍ୱ ନେଇଥିଲେ ତାବ୍ରେଜ। ପରବର୍ତ୍ତୀ ସମୟରେ ଉକ୍ତ ଗ୍ୟାଙ୍ଗ୍‌ଷ୍ଟାରଙ୍କଠାରୁ ଅଲଗା ହୋଇ ନିଜେ ଏକ ୧୦ ଜଣିଆ ଗ୍ୟାଙ୍ଗ୍‌ ଗଢି ପଥର ଚାଲାଣ କରିଥିଲେ। ଗ୍ୟାଙ୍ଗ୍‌ର ସମସ୍ତ ସଦସ୍ୟଙ୍କ ହାତରେ ବନ୍ଧୁକ ଧରାଇ ଦେଇଥିଲେ। ଲୋକେ ଅତିଷ୍ଠ ହୋଇ ବିରୋଧ କରୁଥିଲେ ସେମାନଙ୍କୁ ତାବ୍ରେଜ ବନ୍ଧୁକ ଭୟ ଦେଖାଇ ପାଟି ବନ୍ଦ କରି ଦେଉଥିଲେ।
ପଥର ଟଙ୍କା ରିୟଲ ଇଷ୍ଟେଟ୍‌ ବ୍ୟବସାୟରେ ଲାଗୁଥିଲା
ତାବ୍ରେଜ ଚୋରାପଥର କାରବାରରୁ ଯେଉଁ ବିପୁଳ କଳାଟଙ୍କା ପାଉଥିଲେ ତାହାକୁ ସେ ଧଳା କରିବାକୁ ରିୟଲ ଇଷ୍ଟେଟ୍‌ ବ୍ୟବସାୟରେ ଲଗାଉଥିଲେ। ଇଷ୍ଟେଟ ବ୍ୟବସାୟରେ ନିଜେ ସମ୍ପୃକ୍ତ ରହି ଗ୍ୟାଙ୍ଗ୍‌ ସଦସ୍ୟଙ୍କୁ ପଥର ଖନନ ଓ ଚାଲାଣ କାର୍ଯ୍ୟରେ ନିୟୋଜିତ କରିଥିଲେ। ଯେଉଁ ଟଙ୍କା ଆସୁଥିଲା ତାବ୍ରେଜ ସେଥିରେ ମଉଜମସ୍ତି କରୁଥିଲେ। ଏପରି କି ବାରମ୍ବାର ବିଦେଶ ଯାଉଥିଲେ। ତେବେ ତାଙ୍କ ଅପରାଧ ଦୁନିଆ ସଂକ୍ରାନ୍ତରେ ଅଧିକ ଖୋଳତାଡ଼ ପାଇଁ ତାଙ୍କୁ ଏସ୍‌ଟିଏଫ୍‌ ୨ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିବା ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପିଆର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri