ବେଆଇନ ପଥର ଖଣି ମାମଲା:ମହମ୍ମଦ ତାବ୍ରେଜ କଲିକତା ବିମାନବନ୍ଦରରୁ ଗିରଫ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ଖୋର୍ଦ୍ଧା ବେଆଇନ ପଥର ଖଣି ଓ ଚୋରା ଚାଲାଣ ଘଟଣାର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ତଥା ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଥିବା ମହମ୍ମଦ ତାବ୍ରେଜଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କଲିକତାରୁ ଗିରଫ କରିଛି। ସେ ନିଜ ସ୍ତ୍ରୀଙ୍କ ସହ ଥାଇଲାଣ୍ଡ ଲୁଚି ପଳାଉଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ତାଙ୍କୁ କଲିକତା ନେତାଜୀ ସୁଭାଷଚନ୍ଦ୍ର ବୋଷ ବିମାନବନ୍ଦରରୁ ଧରିବାରେ ସକ୍ଷମ ହୋଇଛି। ତାଙ୍କ ନିକଟରୁ ପାସ୍‌ପୋର୍ଟ ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଗିରଫ ପରେ ତାବ୍ରେଜଙ୍କୁ ଏସ୍‌ଟିଏଫ୍‌ କଲିକତା ବାରାକପୁର କୋର୍ଟରେ ହଜାର କରିବା ପରେ ଭୁବନେଶ୍ୱରକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଥିଲା। ତାଙ୍କ ବିରୋଧରେ ଏସ୍‌ଟିଏଫ୍‌ କେସ୍‌ ନଂ.୭/୧୯, ଦଫା ୩୭୯, ୪୧୧, ୪୨୦, ୪୬୭, ୪୬୮, ୪୭୧, ୧୨୦(ବି), ୩୪ ଆଇପିସି ଏବଂ ୨୫/୨୭ ଆମର୍‌ସ ଆକ୍ଟ ଲଗାଯାଇଛି। ମଙ୍ଗଳବାର ତାଙ୍କୁ ଖୋର୍ଦ୍ଧା କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାତକୁ ପଠାଇ ଦିଆଯାଇଛି।
ମହମ୍ମଦ ତାବ୍ରେଜର ଘର ତ୍ରିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁରରେ ହୋଇଥିବାବେଳେ ସେ ଭୁବନେଶ୍ୱର ହଂସପାଳସ୍ଥିତ ମେଟ୍ରୋ ସାଟେଲାଇଟ୍‌ ଆପାର୍ଟମେଣ୍ଟରେ ରହୁଥିଲେ। କିଶନନଗର ଥାନା ପୋଲିସ ପାଇଁ ତାବ୍ରେଜ ମୋଷ୍ଟ ଓ୍ବାଣ୍ଟେଡ ଥିଲେ। ଖୋର୍ଦ୍ଧା ବେଆଇନ ପଥର ଖନନ ଓ ଚୋରା ଚାଲାଣ ମାମଲାର ତଦନ୍ତ କରୁଥିବା ଏସ୍‌ଟିଏଫ୍‌ ଗିରଫ କରିଥିବା କେତେଜଣ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ତାବ୍ରେଜଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏସ୍‌ଟିଏଫ୍‌ ତାଙ୍କୁ ଧରିବାକୁ ଉଦ୍ୟମ କରୁଥିବା ଜାଣିବା ପରେ ସେ କଲିକତା ପଳାଇଯାଇଥିଲେ। ସେଠାରୁ ସ୍ତ୍ରୀଙ୍କ ସହ ଥାଇଲାଣ୍ଡ ପଳାଇଯିବାକୁ ଉଦ୍ୟମ କରୁଥିଲେ। ଏସ୍‌ଟିଏଫ୍‌ ଫୋନ୍‌ ନମ୍ବର ଟ୍ରାକିଂ କରି ସେ କଲିକତାରେ ଥିବା ଜାଣିବା ପରେ ସବୁ ବିମାନବନ୍ଦରରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଦେଇଥିଲେ। ଏଥିସହ ଏସ୍‌ଟିଏଫ୍‌ ଟିମ୍‌ କଲିକତା ବିମାନବନ୍ଦରରେ ଜଗି ରହିଥିଲେ। ସେ ବିମାନ ବନ୍ଦର ଭିତରକୁ ପଶିବା ସମୟରେ ତାଙ୍କୁ କାବୁକରି ନିଆଯାଇଥିଲା।

କ୍ରିକେଟ ଜଗତରୁ ଅପରାଧ ଦୁନିଆ
ତାବ୍ରେଜ ଜଣେ ଭଲ କ୍ରିକେଟ୍‌ ଖେଳାଳି ଥିଲେ। ସେ ଭଲ୍‌ ବ୍ୟାଟିଂ କରିବା ସହ ବୋଲିଂ କରନ୍ତି। ଏଥିପାଇଁ ସେ ଓଡିଶାରୁ ଇଣ୍ଡିଆ ଅଣ୍ଡର ୧୯ କ୍ରିକେଟ ଟିମ୍‌ରେ ସାମିଲ ହୋଇଥିଲେ। ଏପରି କି ସେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଖେଳିଥିବା କୁହାଯାଉଛି। ହେଲେ ସମୟକ୍ରମେ ସେ କେନ୍ଦ୍ରାପଡାର ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କ ସଂସ୍ପର୍ଶରେ ଆସି ଅପରାଧ ଦୁନିଆରେ ପାଦ ଦେଇଥିଲେ। ଉକ୍ତ ଗ୍ୟାଙ୍ଗ୍‌ଷ୍ଟର ଜଣକ ମହମ୍ମଦ ତାବ୍ରେଜଙ୍କୁ ନାନା ଅପରାଧରେ ସାମିଲ୍‌ କରିବା ସହ ଖୋର୍ଦ୍ଧାରେ ପଥର ଖନନ କରି ଚୋରାରେ ବିକ୍ରି କରୁଥିଲେ। ରାତିରେ ପଥର ଖାଦାନରେ ବିସ୍ଫୋରଣ କରାଯାଉଥିବାରୁ ସ୍ଥାନୀୟ ଲୋକଙ୍କ ବିରୋଧକୁ ଦମନ ଦାୟିତ୍ୱ ନେଇଥିଲେ ତାବ୍ରେଜ। ପରବର୍ତ୍ତୀ ସମୟରେ ଉକ୍ତ ଗ୍ୟାଙ୍ଗ୍‌ଷ୍ଟାରଙ୍କଠାରୁ ଅଲଗା ହୋଇ ନିଜେ ଏକ ୧୦ ଜଣିଆ ଗ୍ୟାଙ୍ଗ୍‌ ଗଢି ପଥର ଚାଲାଣ କରିଥିଲେ। ଗ୍ୟାଙ୍ଗ୍‌ର ସମସ୍ତ ସଦସ୍ୟଙ୍କ ହାତରେ ବନ୍ଧୁକ ଧରାଇ ଦେଇଥିଲେ। ଲୋକେ ଅତିଷ୍ଠ ହୋଇ ବିରୋଧ କରୁଥିଲେ ସେମାନଙ୍କୁ ତାବ୍ରେଜ ବନ୍ଧୁକ ଭୟ ଦେଖାଇ ପାଟି ବନ୍ଦ କରି ଦେଉଥିଲେ।
ପଥର ଟଙ୍କା ରିୟଲ ଇଷ୍ଟେଟ୍‌ ବ୍ୟବସାୟରେ ଲାଗୁଥିଲା
ତାବ୍ରେଜ ଚୋରାପଥର କାରବାରରୁ ଯେଉଁ ବିପୁଳ କଳାଟଙ୍କା ପାଉଥିଲେ ତାହାକୁ ସେ ଧଳା କରିବାକୁ ରିୟଲ ଇଷ୍ଟେଟ୍‌ ବ୍ୟବସାୟରେ ଲଗାଉଥିଲେ। ଇଷ୍ଟେଟ ବ୍ୟବସାୟରେ ନିଜେ ସମ୍ପୃକ୍ତ ରହି ଗ୍ୟାଙ୍ଗ୍‌ ସଦସ୍ୟଙ୍କୁ ପଥର ଖନନ ଓ ଚାଲାଣ କାର୍ଯ୍ୟରେ ନିୟୋଜିତ କରିଥିଲେ। ଯେଉଁ ଟଙ୍କା ଆସୁଥିଲା ତାବ୍ରେଜ ସେଥିରେ ମଉଜମସ୍ତି କରୁଥିଲେ। ଏପରି କି ବାରମ୍ବାର ବିଦେଶ ଯାଉଥିଲେ। ତେବେ ତାଙ୍କ ଅପରାଧ ଦୁନିଆ ସଂକ୍ରାନ୍ତରେ ଅଧିକ ଖୋଳତାଡ଼ ପାଇଁ ତାଙ୍କୁ ଏସ୍‌ଟିଏଫ୍‌ ୨ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିବା ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପିଆର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri