ବେଆଇନ ଇଟାଭାଟି ଉଚ୍ଛେଦକୁ ବିରୋଧ: ବିଫଳ ହୋଇ ଫେରିଲେ ଅଧିକାରୀ

ବାଲେଶ୍ୱର ଅଫିସ,୧୯।୧୨-ବାଲେଶ୍ୱର ଜିଲା ସଦର ତହସିଲ ଅନ୍ତର୍ଭୁକ୍ତ ଫୁଲାଡ଼ି ଅଞ୍ଚଳରେ ଥିବା ୪ଟି ବେଆଇନ ଇଟାଭାଟି ଉଚ୍ଛେଦ ଲାଗି ପ୍ରଶାସନ ପ୍ରସ୍ତୁତ ହୋଇ ଗୁରୁବାର ପୂର୍ବାହ୍ନରେ ପହଞ୍ଚତ୍ଥିଲା। ଗ୍ରାମବାସୀ ଏକାଠି ହୋଇ ତହସିଲଦାର ପଞ୍ଚାନନ ପାତ୍ରଙ୍କ ଗାଡ଼ିକୁ ଘେରିଯିବା ସହ ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରଶାସନିକ ଅଧିକାରୀମାନେ ବାଧ୍ୟ ହୋଇ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖି ଖାଲି ହାତରେ ଫେରିଛନ୍ତି।
ଦୀର୍ଘଦିନ ଧରି ଫୁଲାଡ଼ି ଅଞ୍ଚଳରେ ବେଆଇନ ଓ ସରକାରୀ ନିୟମକୁ ଉଲ୍ଲଂଘନ କରି ୪ଟି ଇଟାଭାଟି ଚାଲିଆସୁଛି। ଏହାକୁ ବନ୍ଦ କରିବା ଲାଗି ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ୍‌ କରାଯାଉଥିଲେ ମଧ୍ୟ ଇଟାଭାଟି ମାଲିକମାନେ ସରକାରଙ୍କ ନୋଟିସ୍‌କୁ ଖାତିର୍‌ କରୁ ନ ଥିଲେ। ଗତ ନଭେମ୍ବରରେ ଜିଲା ପ୍ରଶାସନ ପକ୍ଷରୁ ଇଟାଭାଟିଗୁଡ଼ିକୁ ବନ୍ଦ କରିବା ପାଇଁ ନୋଟିସ୍‌ କରାଯାଇଥିଲା। ଏହାକୁ ଅବମାନନା କରିବାରୁ ପୋଲିସ ସହାୟତାରେ ତହସିଲଦାର ପାତ୍ର ଉଚ୍ଛେଦ ପାଇଁ ଗୁରୁବାର ଘଟଣାସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଗ୍ରାମବାସୀ, ଇଟାଭାଟିର ଶ୍ରମିକ ଓ ମାଲିକମାନେ ପ୍ରବଳ ବିରୋଧ କରିବା ଯୋଗୁ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖିଛି। ଅନ୍ୟପକ୍ଷରେ ଇଟାଭାଟି ମାଲିକମାନେ ସରକାରୀ ନିୟମକୁ ଆଉ କିଛି ଦିନ କୋହଳ କରିବା ସହିତ ସେମାନଙ୍କୁ ୬ମାସ ସମୟ ଦେବାକୁ ଦାବି କରିଛନ୍ତି।
ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ପାତ୍ର କହନ୍ତି, ଫୁଲାଡ଼ି ଅଞ୍ଚଳରେ ୪ଟି ଇଟାଭାଟି ବେଆଇନ ଭାବେ ଦୀର୍ଘଦିନ ଧରି ଚାଲିଆସୁଛି। ସେମାନଙ୍କୁ ବାରମ୍ବାର ନୋଟିସ୍‌ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ କରି ନ ଥିବାରୁ ଉଚ୍ଛେଦ ପ୍ରକ୍ରିୟା ପାଇଁ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଇଟାଭାଟି ମାଲିକ, ଶ୍ରମିକ ଏବଂ ସ୍ଥାନୀୟ ଲୋକମାନେ ଅଧିକ ସଂଖ୍ୟକ ଆସି ରାସ୍ତାରୋକୋ କରିବା ସହ ଉଚ୍ଛେଦ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ୬ମାସ ସମୟ ଦେବାକୁ ଅନୁରୋଧ କରିଥିଲେ। ଏହାକୁ ଆଖି ଆଗରେ ରଖି ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଜିଲା ପ୍ରଶାସନ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri