ବେଆଇନ ଆଧାର ସଂଶୋଧନ ଅଭିଯୋଗରେ ଯୁବକ ଗିରଫ

ବାସୁଦେବପୁର,୧୭।୧୦(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ବଜାର ଅଞ୍ଚଳରେ ଏକ ଦୋକାନରେ ବେଆଇନ ଭାବେ ଆଧାର ସଂଶୋଧନ, ଅଧିକ ଅର୍ଥ ଦାବି କରିବା ଭଳି ଅଭିଯୋଗରେ ଦୀନବନ୍ଧୁ ମହାପାତ୍ର(୨୮)ନାମକ ଯୁବକଙ୍କୁ ବାସୁଦେବପୁର ପୋଲିସ ଗିରଫ କରିଛି। ତାଙ୍କ ଘର ନରସିଂହପୁର ପଞ୍ଚାୟତର ଜୟୀପୁର ଗ୍ରାମରେ। ବେଆଇନ ଭାବରେ ଆଧାର ସଂଶୋଧନ କରି ଅଧିକ ଅର୍ଥ ଦାବି କରୁଥିବା ଦୀନବନ୍ଧୁଙ୍କ ବିରୋଧରେ ବିଡିଓ ପ୍ରଣବ କୁମାର ବେହେରା ବୁଧବାର ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଶନିବାର, ରବିବାର ଛୁଟିଦିନରେ ଆଧାର ସଂଶୋଧନ କରାଯାଏ ବୋଲି ସେ ସ୍ବୀକାର କରିଛନ୍ତି। ବାସୁଦେବପୁର ଥାନାରେ କେସ୍‌ ନଂ ୧୨୮/୧୯ରେ ଏକ ମାମଲା ରୁଜୁ ହୋଇଛି।